fbpx

ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଜାରି ହେବ ଗୋଟିଏ Help Line Number

ନୂଆଦିଲ୍ଲୀ: ବ୍ୟାଙ୍କିଂ ବ୍ୟବସ୍ଥାରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଗୋଟିଏ ହେଲପ ଲାଇନ୍ ନମ୍ବର ଜାରି ହେବ । ଗ୍ରାହକଙ୍କ ଅଭିଯୋଗ ବୁଝିବା ପାଇଁ ଏକ ସିଙ୍ଗଲ ନ୍ୟାସନାଲ ହେଲପ ଲାଇନ ନମ୍ବର ପ୍ରଦାନ କରାଯିବ । ହେଲପ ନମ୍ବର ଦ୍ୱାରା ବ୍ୟାଙ୍କର ସମସ୍ୟା ସୁଧୁରୁଥିବା ନେଇ ଗ୍ରାହକଙ୍କ ପକ୍ଷରୁ ପୂର୍ବରୁ ଅନେକ ଅଭିଯୋଗ ଆସିଥିଲା । ଏହା ପରେ ସରକାରଙ୍କ ତରଫରୁ ଏହି ନୂଆ ବ୍ୟବସ୍ଥା ଲାଗୁ କରିବା ନେଇ ବ୍ୟାଙ୍କମାନଙ୍କୁ କୁହାଯାଇଛି ।

ପୂର୍ବରୁ ବ୍ୟାଙ୍କମାନଙ୍କରେ ହେଲପ ଲାଇନ ନମ୍ବର ରହିଥିଲେ ମଧ୍ୟ ତାହା ଗ୍ରାହକଙ୍କ ସମସ୍ୟାକୁ ସମଧାନ କରିବାରେ ବିଫଳ ହେଉଥିଲା । ଏନେଇ ଗ୍ରାହକଙ୍କ ତରଫରୁ ଏକାଧିକ ଅଭିଯୋଗ ଆସିଥିଲା । ତେଣୁ ଏହାପରେ ସରକାର ସମସ୍ତ ବ୍ୟାଙ୍କ ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରିବାକୁ ବ୍ୟାଙ୍କମାନଙ୍କୁ କହିଛନ୍ତି । ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଦ୍ୱାରା ଏଣିକି ଗ୍ରାହକମାନେ ଅଧିକ ସୁଫଳ ପାଇପାରିବେ ।

ଏଣିକି ସିଙ୍ଗଲ ହେଲପ ଲାଇନ ନମ୍ବର ମାଧ୍ୟମରେ ସମସ୍ତ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ପାଇହେବ । ଏକ ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କର ଅଭିଯୋଗଗୁଡ଼ିକୁ ସମଧାନ କରାଯିବ । ତେବେ ଏହି ହେଲପ ଲାଇନ୍ ନମ୍ବର ଜାରି ହେବା ପରେ ଏହାର କାର୍ଯ୍ୟ ଦେଖାଶୁଣା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତ କରାଯିବ । ଯାହାଫଳରେ କି ଗ୍ରାହକମାନେ ଠିକ୍ ସମୟରେ ଉପଯୁକ୍ତ ବ୍ୟାଙ୍କିଂ ସେବା ପାଇ ପାରିବେ ।

Get real time updates directly on you device, subscribe now.