fbpx

(Video) ଘୋଷଣା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ! ମୂଷାଙ୍କୁ ଘଉଡ଼ାଇବାକୁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା, ଜଗି ରହିଛନ୍ତି ୭୫୦୦ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କୌଣସି ସରକାରୀ ସଂସ୍ଥା, ପ୍ରାଇଭେଟ କମ୍ପାନୀ ପକ୍ଷରୁ କିଛି ବଡ଼ ଧରଣର ଘୋଷଣା କରାଯାଇଥାଏ । ଏପରିକି ଅନେକ ସମୟରେ କିଛି ବ୍ୟକ୍ତି ମଧ୍ୟ ଏଭଳି କିଛି ଘୋଷଣା କରି ଚର୍ଚ୍ଚାକୁ ଆସିଥାନ୍ତି । ସାଧାରଣ ଭାବେ କୌଣସି ବଡ଼ ଅପରାଧୀ, ଆତଙ୍କବାଦୀଙ୍କୁ ଧରାଇଦେଲେ ସରକାରଙ୍କ ତରଫରୁ ହଜାର ହଜାର, ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥାଏ । ତେବେ ମୂଷାକୁ ଘଉଡ଼ାଇବାକୁ ପୁରସ୍କାର ରାଶି ଘୋଷଣା କରାଯିବ କଥା ଆପଣମାନେ କେବେ ଶୁଣିଛନ୍ତି କି? ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ୍ୟ ।

ପ୍ରକୃତ କଥା ହେଉଛି, ଆସନ୍ତା ୨୬ ତାରିଖରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ହେବାକୁ ଯାଉଥିବା ଅଲିମ୍ପିକ୍ସ ପାଇଁ ଏପରି କିଛି ଘୋଷଣା କରାଯାଇଛି । ମୂଷାଙ୍କୁ ଘଉଡ଼ାଇବାକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ମୂଷାଙ୍କୁ ଜଣେ ନୁହେଁ କି ଦୁଇଜଣ ନୁହେଁ, ୭ ହଜାର ୫ ଶହ କର୍ମଚାରୀ ଜଗି ରହିଛନ୍ତି । ମୂଷାଙ୍କ ପାଇଁ ଏବେ ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି । ମୂଷାକୁ ମାରିଲା ପରେ ଜଣଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।

ଏହି ଘୋଷଣା ବିଷୟରେ ଶୁଣିବା ପରେ ଏବେ ଲୋକମାନେ ମୂଷାକୁ ମାରିବାକୁ ଜଗି ରହିଛନ୍ତି । ଅଲିମ୍ପିକ୍ସ ପରି ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ଏବେ ମୂଷା ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । ମୂଷାଙ୍କୁ ଘଉଡ଼ାଇବାକୁ ୭୫୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଅଲିମ୍ପିକ୍ସ ଆୟୋଜନ ହେଉଥିବା ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ମୂଷାଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ୟାରିସବାସୀ ମୂଷାକୁ ପୋଷା ମନେଇ ରଖୁଥିଲେ । ଏହି ପୂରାତନ ସହରରେ କାହିଁ କେତେ ଯୁଗରୁ ମୂଷାଙ୍କ ଉଦଦ୍ରବ ଜାରି ରହିଛି । ମରୁଡ଼ି ସମୟରେ ମୂଷା ଏହି ସହରବାସୀଙ୍କ ଖାଦ୍ୟର ମୁଖ୍ୟ ସ୍ରୋତ ପାଲଟିଥିଲା । ତେଣୁ ଏବେ ସାରା ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଲୋକ ପ୍ୟାରିସକୁ କ୍ରୀଡ଼ା ମହାକୁମ୍ଭ ଦେଖିବାକୁ ଆସୁଥିବାରୁ ମୂଷାଙ୍କୁ ନେଇ ଏବେ ଆୟୋଜକଙ୍କ ଚିନ୍ତା ବଢ଼ି ଯାଇଛି । ସେଥିପାଇଁ ଏହି ଘୋଷଣା କରାଯାଇଛି ।

ତେବେ ମୂଷାଙ୍କ ବଂଶକୁ ଲୋପ ନକରି ସେମାନଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରିବାକୁ ସବୁ ପ୍ରକାରର ଯୋଜନା କରାଯାଇଥିବା ପ୍ୟାରିସର ଡେପୁଟି ମେୟର ଆନ୍ନି-କ୍ସାରି ବୋକ୍ସ ସୂଚନା ଦେଇଛନ୍ତି । ସହରକୁ ସ୍ୱଚ୍ଛ ରଖିବା ପାଇଁ ୭୫୦୦ କର୍ମଚାରୀଙ୍କୁ କାମରେ ଲଗା ଯାଇଥିବା କୁହାଯାଇଛି । ବିଭିନ୍ନ ସ୍ଥାନରେ ମୂଷା ଧରା ଯନ୍ତ୍ର ବିଛା ଯିବା ସହ ଓ କେମିକାଲ ଢ଼ଳା ଯାଇ ମୂଷାଙ୍କୁ ରାଜରାସ୍ତାରୁ ଦୂରେଇ ରଖିବାକୁ ପ୍ରୟାସ କରାଯାଇଛି । ବିଶେଷ କରି ଆଇଫିଲ୍ ଟାୱାର ନିକଟସ୍ଥ ପାର୍କ ଗୁଡିକରେ ମୂଷାଙ୍କ ସଂଖ୍ୟା ମାତ୍ରାଧିକ ରହିଥିବାରୁ ଏସବୁ ଅଞ୍ଚଳକୁ ସଫା ରଖିବା ପାଇଁ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ପୂର୍ବରୁ ଲଭର ଗାର୍ଡେନ ଅଞ୍ଚଳରେ ମୂଷାଙ୍କ ଯୋଗୁଁ ଅନେକ ରୋଗ ବ୍ୟାପିଥିଲା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.