ପହଲଗାମ ପ୍ରତିଶୋଧକୁ ପୂରିଲା ମାସେ, ସେପଟେ ଏବେବି ଛଟପଟ ହେଉଛି ପାକିସ୍ତାନ

ଅପରେସନ ସିନ୍ଦୂରକୁ ପୂରିଲା ମାସେ। ଏବେବି ଯନ୍ତ୍ରଣାରେ ଛଟପଟ ହେଉଛି ପାକିସ୍ତାନ।

ନୂଆଦିଲ୍ଲୀ:  ଆଜି ହେଉଛି ସେହି ଦିନ ଯେଉଁ ଦିନ ସିନ୍ଦୂରର ଯବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଥିଲେ ଭାରତୀୟ ସେନା। ୨୬ ତାରିଖର ପହଲଗାମ ଆତଙ୍କୀ ଆକ୍ରମଣ ୨୬ ଜଣ ନିରୀହ ପୁରୁଷଙ୍କୁ ସେମାନଙ୍କ ଜାତି ପଚାରି ପଚାରି ଗୁଳି କରି ହତ୍ୟା କରିଥିଲେ।

ତାହା ପୁଣି ତାଙ୍କ ପିଲା ଆଉ ସ୍ତ୍ରୀଙ୍କ ଆଖି ସାମ୍ନାରେ। ସେହି ମା’ ମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ଭାରତ ମେ ୬-୭ ତାରିଖ ରାତି ୧:୦୫ରୁ ୧:୩୦ ମଧ୍ୟରେ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା।

ଆଉ ପରିଣାମ ସ୍ୱରୂପ ପାକିସ୍ତାନ ଆତଙ୍କୀକୁ ସହାୟତା ଦେଉଥିବା ନେଇ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ୍ କରି ପାଖାପାଖି ୭ଟି ଆଡ୍ଡାକୁ ନଷ୍ଟ କରିଥିଲା ଭାରତ। ଏହାପରେ କିଛି ଦିନ ପାକିସ୍ତାନ ଓ ଭାରତ ମଧ୍ୟ ତିକ୍ତତା ଲାଗି ରହିଲା।

ପାକିସ୍ତାନର ଡ୍ରୋନ ଓ ମିସାଇଲ୍ ମାଡ଼ର କଡ଼ା ଯବାବ ଦେଇ ଚାଲିଲା ଭାରତ। ଯାହା ଫଳରେ ପାକିସ୍ତାନର ଏୟାରବେସ୍ ସମେତ ଅନେକ ସ୍ଥାନକୁ ଡ୍ରୋନ୍ ଓ ମିସାଇଲ୍ ପକାଇ ଉଡ଼ାଇ ଦେଲା ଭାରତ।

ଆଉ ଆଜି ହେଉଛି ସେହି ଦିନ ଯେଉଁ ଦିନ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ତେଣୁ ଅପରେସନ ସିନ୍ଦୂରକୁ ପୂରିଲା ମାସେ। ହେଲେ ଏବେଯାଏଁ ସୁଧୁରୁନି ପାକିସ୍ତାନର ସ୍ଥିତି। ଏବେବି ଚିତ୍କାର କରୁଛି ଶତ୍ରୁ ଦେଶ ପାକିସ୍ତାନ।