ଭୁବନେଶ୍ୱର, ୨୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସେଥିରୁ ନେତାଠାରୁ ଆରମ୍ଭ କରି ମନ୍ତ୍ରୀ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ଜଣେ ବିଧାୟକ କରୋନା କବଜାକୁ ଆସିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରେନା ହୋଇଥିବା ସୂଚନା ମିଳିଛି । ତାଙ୍କର ଆଜି କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି ।ଏହା ପୂର୍ବରୁ ରାଜ୍ୟରେ ୬ ବିଧାୟକ ଓ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ସେ ସୁସ୍ଥ ଓ ହୋମ କ୍ୱାରେଣ୍ଟାଇନରେ ରହିଥିବା ଟ୍ୱିଟ କରି ଜଣାଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧ ରହିବା ସହ କରୋନା ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
Feeling the COVID-19 symptoms, I got the test done & reported corona virus positive. I am fine & home quarantined. Request that, those who have come in my contact should isolate themselves & get tested.@CMO_Odisha @Naveen_Odisha @BJD4Odisha
— Ananta Narayan Jena (Bunu Bhai) (@bbsrcentralmla) August 20, 2020