ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ହୋଇଛି । ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହିତ 5ରୁ ଅଧିକ ଗୁରୁତର ମଧ୍ୟ ହୋଇଛନ୍ତି ।
ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କୋଇଲା ଖଣିକୁ ଶ୍ରମିକ ନେଇ ଯାଉଥିଲା ଏକ ବସ୍ । ଗୋଟିଏ ସିଫ୍ଟ ସରିବାକୁ ଯାଉଥିବା ବେଳେ ଅନ୍ୟ ଏକ ସିଫ୍ଟର ଶ୍ରମିକଙ୍କୁ ନେଇ ଯାଉଥିଲା ।
ହେଲେ ସୁନ୍ଦରଗଡ଼ ହେମଗିରି ଥାନା ଡୁଲିଙ୍ଗ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଯାହାଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକ ହେଲେ ପୁଡ଼ାପାଲି ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ଝାରସୁଗୁଡା ହସ୍ପିଟାଲକୁ ନିଆଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।