fbpx

ରାହୁଲଙ୍କ ବିରୋଧରେ ଦାୟର ହେବ ଏକ ହଜାର ଦେଶଦ୍ରୋହ ମାମଲା, କ’ଣ କରିଥିଲେ ସେ?

ନୂଆଦିଲ୍ଲୀ: ନିକଟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବିବାଦୀୟ ଟ୍ୱିଟ କରିଥିଲେ । ସେଥିରେ ସେ ଭାରତୀୟ ସଂସ୍କୃତିକୁ ଅପମାନିତ ନ କରିବାକୁ କହିଥିଲେ । ମାତ୍ର ସେ ଏବେ ନିଜ ଜାଲରେ ନିଜେ ଫସିଯାଇଛନ୍ତି । ଏହାକୁ ନେଇ ବିଜେପି କଠୋର ହେବା ସହ ରାହୁଲଙ୍କ ବିରୋଧରେ ୧ ହଜାର ଦେଶଦ୍ରୋହ ମାମଲା ଦାୟର କରିବାକୁ ପ୍ରସ୍ତୁତ ହେଉଛି । ତେବେ ସମସ୍ତ ମାମଲା ଆସାମରେ ଦାୟର ହେବ ବୋଲି ଜଣାପଡ଼ିଛି ।

ତିନି ଦିନ ତଳେ ସେ ଟ୍ୱିଟ କହିଥିଲେ ଯେ, ଆମର ଭାରତୀୟ ସଙ୍ଘରେ ଶକ୍ତି ରହିଛି । ଆମର ସଂସ୍କୃତିର ସଙ୍ଘ, ବିବିଧତାର ସଙ୍ଘ, ଭାଷାର ସଙ୍ଘ, ଲୋକଙ୍କର ସଙ୍ଘ, ରାଜ୍ୟର ସଙ୍ଘ । କଶ୍ମୀରଠାରୁ କେରଳ ପର୍ଯ୍ୟନ୍ତ ଓ ଗୁଜୁରାଟଠାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଭାରତ ବିଭିନ୍ନ ରଙ୍ଗ ବେରଙ୍ଗକୁ ନେଇ ସୁନ୍ଦର ଅଟେ । ଭାରତର ଭାବନାକୁ ଅପମାନ କରନ୍ତୁ ନାହିଁ ।

ରାହୁଲଙ୍କର ଏହି ଟ୍ୱିଟ ପରେ ଏବେ ବିଜେପି ପାଲଟା ଜବାବ ଦେଇଛି । ଏନେଇ ରାହୁଲଙ୍କୁ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ପାଇଁ ଭାରତ କେବଳ ପଶ୍ଚିମବଙ୍ଗରେ ହିଁ ସୀମିତ ରହିଯାଇଛି । ସୌନ୍ଦର୍ଯ୍ୟରେ ଭରପୁର ଅରୁଣାଚଳ ପ୍ରଦେଶ ପୂର୍ବାଞ୍ଚଳ ରାଜ୍ୟରେ ଆସୁନାହିଁ ।

Get real time updates directly on you device, subscribe now.