ଭିଡ଼ିଓ ଭାଇରାଲ, ଜଣେ ଯୁବତୀଙ୍କ ଗୋଇଠାରେ ଆଉ ଜଣେ ଯୁବତୀ ମୁହଁ ମାଡ଼ି ଡ୍ରେନରେ ପଶିଗଲେ
ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା। ଦୁଇ ଯୁବତୀଙ୍କ ମଧ୍ୟରେ ରାସ୍ତା ଉପରେ ମହାଭାରତ। ଜଣଙ୍କ ଗୋଇଠା ମାଡରେ ଆଉ ଜଣେ ମୁଣ୍ଡ ତଳକୁ ଗୋଡ଼ ଉପରକୁ କରି ଡ୍ରେନରେ ପଡିଗଲେ।
ନେପାଳ: ଆପଣମାନେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ଭିଡ଼ିଓ ଦେଖୁଥିବେ। ଯେଉଁଥିରେ ନାଚ, ଷ୍ଟଣ୍ଟ ଭଳି ଅନେକ ଭିଡ଼ିଓ ଥାଏ। ଏମିତିକି ଝଗଡ଼ାର ଭିଡ଼ିଓ ମଧ୍ୟ ଭାଇରାଲ ହୁଏ। ଯାହା ସମସ୍ତଙ୍କ କଳ୍ପନାର ବାହାରେ ସେପରି କିଛି ଭିଡ଼ିଓ ମଧ୍ୟ ଦେଖିବାକୁ ମିଳେ।
ଆଉ ଏବେ ଠିକ୍ ସେହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ ଜଣ ଝିଅ ରାସ୍ତା ମଝିରେ ଚୁଟି ଟଣାଟଣି ହୋଇ ମାଡ଼ଗୋଳ ଲାଗିଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ଝିଅର ଗୋଇଠାରେ ଆଉ ଜଣେ ସିଧା ଯାଇ ଡ୍ରେନ ଭିତରେ ପଶିଯାଇଛି।
ମହିଳାଙ୍କ ଭିତରେ ମହାଭାରତ: ରାସ୍ତାରେ ପୁଅମାନଙ୍କୁ ଲଢ଼ୁଥିବା ଦେଖିବା କୌଣସି ନୂଆ କଥା ନୁହେଁ, କିନ୍ତୁ ଯଦି ଦୁଇଟି ଝିଅ ପରସ୍ପର ସହିତ ରାସ୍ତା ମଝିରେ ଚୁଟି ଟଣା ଟଣି ହୁଅନ୍ତି ତାହାଲେ ପରିଣାମ କେତେ ଭୟଙ୍କର ହୁଏ, ତାହା ଏହି ଭିଡ଼ିଓରୁ ଜଣା ପଡୁଛି। ଏହି ଭିଡ଼ିଓଟି ନେପାଳର ବୋଲି ଅନୁମାନ କରାଯାଉଛି।
କାରଣ ଏହି ଦୁଇ ମହିଳା ରାସ୍ତା ମଝିରେ ଏପରି ଝଗଡ଼ା ଲାଗିଛନ୍ତି, ଯାହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଛି। ଏହି ଲଢ଼େଇରେ ଏପରି କିଛି ଦେଖିବାକୁ ମିଳୁଛି। ଯାହାକୁ କେହି କେବେ ଆଶା କରିନଥିଲେ।
ଡ୍ରେନରେ ପଶିଗଲେ ମହିଳା: ଏହି ଭାଇରାଲ ଭିଡିଓରେ ୨ ଜଣ ଯୁବତୀ ରାସ୍ତା ମଝିରେ ଝଗଡ଼ା ଲାଗୁଥିବାର ଦେଖିବାକୁ ମିଳୁଛି। ଯେଉଁଥିରେ ପରସ୍ପର ପରସ୍ପରଙ୍କ ଚୁଟି ଟାଣିବା, ଚାପୁଡ଼ା ମାରିବା ଏପରିକି ଗୋଇଠା ମାରିବାର ଦୃଶ୍ୟ ଦେଖିବାକୁ ମିଳୁଛି।
ଆଉ ସବୁଠାରୁ ଭୟଙ୍କର କଥା ଏହାକି ଜଣେ ଯୁବତୀର ଗୋଇଠାରେ ଆଉ ଜଣେ ଯୁବତୀ ରାସ୍ତା ସାଇଡରେ ଥିବା ଏକ ଅଧା ଘୋଡ଼ା ଡ୍ରେନରେ ପଡିଯାଆନ୍ତି। ତାହା ପୁଣି ମୁଣ୍ଡ ତଳକୁ ଏବଂ ଗୋଡ଼ ଉପରକୁ କରି।
Kalesh b/w Nepali Girls on Street: pic.twitter.com/hOVccKF6u7
— Ghar Ke Kalesh (@gharkekalesh) April 18, 2025
ଭିଡ଼ିଓ ଭାଇରାଲ: ପରେ ଅବଶ୍ୟ ପାଖରେ ଥିବା କିଛି ଯୁବତୀ ଉକ୍ତ ଯୁବତୀଙ୍କୁ ଡ୍ରେନରୁ ବାହାରକୁ ଆଣିଛନ୍ତି। କିନ୍ତୁ ଏହି ୩୯ ସେକେଣ୍ଡର ଭିଡ଼ିଓ ଦେଖିବା ପରେ ଅନେକ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।
ଏହି ଭିଡ଼ିଓକୁ ପାଖାପାଖି ମିଲିୟନ ଲୋକ ଦେଖିସାରିଲେଣି। ଆଉ ଏହି ଭିଡ଼ିଓରେ ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି କି, ଏହି ସମଗ୍ର ମାମଲାରେ ଦୋଷ ସେଠାରେ ଉପସ୍ଥିତ ଲୋକଙ୍କର, ଯେଉଁମାନେ ଦର୍ଶକ ଭାବରେ ଏସବୁ ଦେଖୁଛନ୍ତି।
ଯେତେବେଳେ ଅନ୍ୟ ଜଣେ ଲେଖିଛନ୍ତି ଯେ ଆମେ ପୁଅମାନେ ମଧ୍ୟ ଏପରି ଲଢ଼ୁନାହୁଁ। ଭିଡିଓ ଦେଖିବା ପରେ ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ସମଗ୍ର ବିଶ୍ୱର ଅବସ୍ଥା ଖରାପ, ସମସ୍ତେ କ୍ରୋଧରେ ପୂର୍ଣ୍ଣ, କାହାରି ଧର୍ଯ୍ୟ ନାହିଁ।