OnePlus ଲଭର୍ସଙ୍କ ପାଇଁ ଖୁସି ଖବର, ଆଜି ଲଞ୍ଚ ହେବ OnePlus 13 ଏବଂ OnePlus 13R, ଜାଣନ୍ତୁ କେତେ ରହିବ ମୂଲ୍ୟ

OnePlus 13 ଏବଂ OnePlus 13R ଆଜି ଭାରତରେ ଲଞ୍ଚ ହେବ। ୱାନପ୍ଲସର ଏହି ଦୁଇଟି ଫୋନ Qualcommର ଫ୍ଲାଗସିପ ପ୍ରୋସେସର ସହ ଆସିବ। ସାମ୍ନାକୁ ଆସିଲା ଏହାର ମୂଲ୍ୟ ଏବଂ ଫିଚର୍ସ।

ନୂଆଦିଲ୍ଲୀ: OnePlus 13 ଏବଂ OnePlus 13R ଆଜି ଅର୍ଥାତ ୭ ଜାନୁଆରୀ ୨୦୨୫ରେ ଭାରତ ସମେତ ଗ୍ଲୋବାଲରେ ଲଞ୍ଚ କରାଯିବ। ଗତବର୍ଷ ଲଞ୍ଚ ହୋଇଥିବା OnePlus 12 ଏବଂ OnePlus 12R ର ଏହି ଦୁଇଟି ଫୋନ ଅପଗ୍ରେଡ ଭର୍ଜନର ହେବ। ୱାନପ୍ଲସ ୧୩କୁ ଗତବର୍ଷ ଚୀନ ବଜାରରେ ଲଞ୍ଚ କରାଯାଇଥିଲା।

ସେହିପରି OnePlus 13Rକୁ ମଧ୍ୟ ଚୀନରେ OnePlus Ace 5 ନାମରେ ଲଞ୍ଚ କରାଯାଇସାରିଛି। ୱାନପ୍ଲସ ୧୩ରେ Qualcommର ଲାଟେଷ୍ଟ ଫ୍ଲାଗସିପ ପ୍ରୋସେସର ସହ ଏବଂ ଅନ୍ୟ ଦମଦାର ଫିଚର୍ସ ଦିଆଯିବ। ୱାନପ୍ଲସର ଏହି ଦୁଇଟି ଫୋନର ମୂଲ୍ୟ ମଧ୍ୟ ଅନଲାଇନ ଲିକ୍ ହୋଇସାରିଛି। OnePlus 13 ସିରିଜକୁ ଆଜି ରାତି ୯ଟାରେ ଲଞ୍ଚ କରାଯିବ।

କେତେ ରହିବ ମୂଲ୍ୟ: OnePlus 13 ର ମୂଲ୍ୟ ୭୦ ହଜାର ଟଙ୍କା ପାଖାପାଖି ହୋଇପାରେ। ଗତବର୍ହ ଲଞ୍ଚ ହୋଇଥିବା OnePlus 12ର ମୂଲ୍ୟ ୬୬ ହଜାର ୯୯୯ ଟଙ୍କା ଥିଲା। ସେହିପରି OnePlus 13Rର ମୂଲ୍ୟ ମଧ୍ୟ ୫୦ ହଜାର ଟଙ୍କାରୁ କମ ହୋଇପାରେ। OnePlus 12Rକୁ ୪୨ ହଜାର ୯୯୯ ଟଙ୍କାର ଆରମ୍ଭ ମୂଲ୍ୟରେ ଲଞ୍ଚ କରାଯାଇଥିଲା। ୱାନପ୍ଲସର ଏହି ସିରିଜ IP69, IP68 ଭଳି ୱାଟର ଏବଂ ଡଷ୍ଟ ପ୍ରୁଫ ରେଟିଙ୍ଗ ସହ ଲଞ୍ଚ ହୋଇପାରେ।

ଫିଚର୍ସ:
ୱାନପ୍ଲସ ୧୩ ସିରିଜରେ କର୍ବଡ ଡେସପ୍ଲେ ସ୍ଥାନରେ ପ୍ଲେଟ ଏଜ ଡିଜାଇନର ଆମୋଲେଡ ଡସ୍ପେ୍ଲ ମିଳିପାରେ। ୱାନପ୍ଲସ ଏହି ଦାବି କରିଛି ଯେ, ଯଦି କୌଣସି ଗ୍ରୀନ ଲାଇଟର ସମସ୍ୟା ଦେଖାଯାଏ ତେବେ କମ୍ପାନୀ ଏହାକୁ ଫ୍ରୀରେ ରିପ୍ଲେସ କରିବ।

ୱାନପ୍ଲସ ୧୩ରେ Qualcomm Snapdragon 8 Elite ପ୍ରୋସେସର ମିଳିବ। ୱାନପ୍ଲସ ୧୩ଆର ସିରିଜରେ Qualcomm Snapdragon 8 Gen 3 ପ୍ରୋସେସର ଦିଆଯାଇପାରେ। ଏହି ଦୁଇଟି ଫୋନ ୧୬ ଜିବି RAM ସହ 512GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ସହ ଲଞ୍ଚ ହୋଇପାରେ।

ୱାନପ୍ଲସ ୧୩ ସିରିଜରେ 50MP ର ମେନ କ୍ୟାମେରା ମିଳିବ ଏହା ବ୍ୟତୀତ 50MP ର ଟେଲିଫୋଟୋ ଏବଂ 50MPର ଅଲ୍ଟ୍ରା ୱାଇଡ କ୍ୟାମେରା ମିଳିପାରେ। ସେହିପରି OnePlus 13Rରେ 50MP ମେନ ଏବଂ 50MP ଟେଲିଫଟୋ କ୍ୟାମେରା ରହିବ। ଏହା ବ୍ୟରୀତ 8MPଅଲ୍ଟ୍ରା ୱାଇଡ କ୍ୟାମେରା ମିଳିପାରେ।

OnePlus 13 ସିରିଜର ଦୁଇଟି ଫୋନ 6,000mAhର ବୟାଟେରୀ ମିଳିପାରେ। OnePlus 13 ରେ 100W ୱେୟର୍ଡ ଫାଷ୍ଟ ଚାର୍ଜିଂ ସହ 50W ୱେୟାରଲେସ ଚାର୍ଜିଂ ମିଳିପାରେ। ସେହିପରି OnePlus 13R ରେ 100W ୱେୟାର୍ଡ ଫାଷ୍ଟ ଚାର୍ଜିଂ ମିଳିବ।