fbpx

ଅଚାନକ ବଢିଗଲା ପିଆଜ ମୂଲ୍ୟ: ସରକାରଙ୍କ ଏହି ନିଷ୍ପତ୍ତିରେ ବଦଳିଲା ମାର୍କେଟ ରେଟ୍

ନୂଆଦିଲ୍ଲୀ: ନାସିକର ଲାସଲଗାଓଁ ମଣ୍ଡିରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ ଅଚାନକ ବୃଦ୍ଧି ପାଇଛି । ପିଆଜର ମୂଲ୍ୟ ଅଚାନକ ୪୦% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୧,୨୮୦ ଟଙ୍କାରୁ ୧୮୦୦ ଟଙ୍କାରେ ପହଞ୍ଚିଛି । ସୋମବାର ଦିନ ସମୟରେ ପ୍ରାୟ ୧୦,୦୦୦ କ୍ୱିଣ୍ଟାଲ ପିଆଜ ନିଲାମ ହୋଇଯାଇଛି । ତେବେ ଏଥିରେ ସର୍ବନିମ୍ନ ହୋଲସେଲ ମୂଲ୍ୟ ୧,୦୦୦ ଟଙ୍କା ରହିଥିବା ବେଳେ କ୍ୱିଣ୍ଟାଲ ପିଛା ସର୍ବାଧିକ ହୋଲସେଲ ମୂଲ୍ୟ ୨,୧୦୦ ଟଙ୍କା ରହିଛି । ଏପିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ପିଆଜ ରପ୍ତାନକାରୀମାନେ ବିଦେଶ ବଜାରରେ ବିକ୍ରି କରିବା ପାଇଁ ପିଆଜ କିଣିବା ଆରମ୍ଭ କରିଦେଲେଣି ।

ତେବେ ବଜାରରେ ପିଆଜର ମୂଲ୍ୟ ୩୨.୨୬ ଟଙ୍କା ପ୍ରତି କିଲୋ ରହିଛି । ଘରୋଇ ବଜାରରେ ପିଆଜର ଚାହିଦା ପୂରଣ କରିବା ପାଇଁ ଏବଂ ହୋଲସେଲ ମୂଲ୍ୟରେ ସ୍ଥିରତା ଆଣିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରିବା ପାଇଁ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା । ଏହପରେ ଗତ ଅଢେଇ ମାସରେ ହାରାହାରି ହୋଲସେଲ ମୂଲ୍ୟ ୬୭% କମ୍ ହାଇଛି । ଗତବର୍ଷ ଡିସେମ୍ବର ୬ ତାରିଖରେ ଏହି ରେଟ୍ କ୍ୱିଣ୍ଟାଲ ପିଛା ୩,୨୫୦ ଥିବା ବେଳେ ଫେବୃଆରୀ ୧୭ ତାରିଖରେ ଏହା ୧,୨୮୦କୁ ପହଞ୍ଚିଛି ।

ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ଘୋଷଣା କରିବାର ଦିନକ ପରେ ପିଆଜର ମୂଲ୍ୟରେ ପୁଣିଥରେ ବୃଦ୍ଧି ରେକର୍ଡ କରାଯାଇଛି । ତେବେ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରପ୍ତାନୀ ହଟାଇବା ନେଇ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଭାରତୀ ପୱାର କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.