fbpx

ଓଡ଼ିଶା ଖଣି ନିଗମରେ ନିଯୁକ୍ତି: ଅନେକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦ ପାଇଁ ନୋଟିଫିକେସନ ଜାରି କରାଯାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ କିଛି ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ମାସ ୧୭ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୮ ତାରିଖରେ ସମାପ୍ତ ହେବ । ଚଳିତ ବର୍ଷ ଅକ୍ଟୋବର ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ କୋହଳ ନିୟମ ଅନୁଯାୟୀ ସ୍ଥିର କରାଯିବ ।

ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରଖାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ମୋଟ ୧୦୦ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଜୁନିୟର ଇଞ୍ଜିନିୟରର (ମେକାନିକାଲ) କ୍ଲାସ-୩ ଗ୍ରେଡ, (ଇଲେକ୍ଟ୍ରିକାଲ) କ୍ଲାସ-୩ ଗ୍ରେଡ, (ସିଭିଲ) କ୍ଲାସ-୩ ଗ୍ରେଡ, ଜୁନିୟର ନର୍ସ କ୍ଲାସ-୩ ଗ୍ରେଡ, ଜୁନିୟର ଫାର୍ମାସିଷ୍ଟ କ୍ଲାସ-୩ ଗ୍ରେଡ, ଇଲେକ୍ଟ୍ରିସିଆନ-୩ କ୍ଲାସ-୩ ଗ୍ରେଡ ଆଦି ପଦରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com/EForms/configuredHtml/1258/85443/Index.html

ନୋଟିଫିକେସନ ଲିଙ୍କ: https://cdn.digialm.com//per/g01/pub/726/EForms/image/ImageDocUpload/12/1118605445122069639265.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://omcltd.in/

Get real time updates directly on you device, subscribe now.