fbpx
BJD SKY
BJD SKY

OFDC ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଆସିଷ୍ଟାଣ୍ଟ, ଷ୍ଟେନୋ, ଫିଲ୍ଡ ଆସିଷ୍ଟାଣ୍ଟ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

BJD

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସିଷ୍ଟାଣ୍ଟ, ଷ୍ଟେନୋ, ଫିଲ୍ମ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ (ଓଏଫଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ମାସ ୨୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧୨ ତାରିଖ ସନ୍ଧ୍ୟା ୫ଟା ସମୟରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨, ଆସିଷ୍ଟାଣ୍ଟ ଗ୍ରେଡ-୩, ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୨, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୩ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜୁନ୍ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ ।

ଫିଲ୍ଡ ଆସିଷ୍ଟାଣ୍ଟ, ଗ୍ରେଡ-୨ (ସେକ୍ସନାଲ ସୁପରଭାଇଜର) ଓ ଫିଲ୍ମ ଆସିଷ୍ଟାଣ୍ଟ ଗ୍ରେଡ-୩ ପଦ ପାଇଁ ପ୍ରାର୍ଥୀଙ୍କ ଶାରୀରିକ ଦକ୍ଷତା ଟେଷ୍ଟ କରାଯିବ । ପୁରୁଷ ପ୍ରାର୍ଥୀଙ୍କୁ ୪ ଘଣ୍ଟାରେ ୨୫ କିଲୋମିଟର ଓ ମହିଳା ପ୍ରାର୍ଥୀଙ୍କୁ ୪ ଘଣ୍ଟାରେ ୧୬ କିଲୋମିଟର ଚାଲିବାକୁ ପଡ଼ିବ । ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨, ଆସିଷ୍ଟାଣ୍ଟ ଗ୍ରେଡ-୩ ଓ ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ (ଜୁନିୟର ଷ୍ଟେନୋଗ୍ରାଫର) ପଦ ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ପ୍ରାକ୍ଟିକାଲ ଟେଷ୍ଟ ଦେବାକୁ ପଡ଼ିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବେତନ ହାର ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ: https://www.odishafdc.com/admin/cms/UploadWhatNew/whatsnew_1306.pdf

Get real time updates directly on you device, subscribe now.