fbpx
BSKY SKY
BSKY SKY

OSSSC ପକ୍ଷରୁ ନିଯୁକ୍ତି ପାଇବେ ଫାର୍ମାସିଷ୍ଟ ଓ ପୁରୁଷ ମଲ୍ଟିପର୍ପୋଜ ସ୍ୱାସ୍ଥ୍ୟ କର୍ମୀ: ଆରମ୍ଭ ହେଲା ଅନଲାଇନ୍ ଆବେଦନ

BSKY

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପୂରଣ ହେବ ଅନେକ ପଦ । ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ହେଲଥ ୱାର୍କର (ପୁରୁଷ) ପଦ ପୂରଣ ପାଇଁ ଓଏସଏସଏସସି ପକ୍ଷରୁ ଗତ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ତେବେ ଆଜିଠାରୁ ଏହି ନିଯୁକ୍ତିର ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସେମ୍ବର ମାସ ୨୨ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଜାନୁଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ସେହିପରି ଆଜିଠାରୁ ଆସନ୍ତା ମାସ ୨୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆପ୍ଲିକେସନ ସବମିଶନ କରିପାରିବେ । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ନିଯୁକ୍ତି ଦିଆଯିବ । ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପାସ ସହିତ ଫାର୍ମାସୀରେ ଡିପ୍ଲୋମା / ବି. ଫାର୍ମ ରହିଥିବା ଆବଶ୍ୟକ । ଚଳିତ ମାସ ୧୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ସେହିପରି ମଲ୍ଟିପର୍ପୋଜ ହେଲଥ ୱାର୍କର (ପୁରୁଷ) ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ବିଜ୍ଞାନ ପାସ କରିବା ସହିତ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)/ ଭାରତୀୟ ଫର୍ମାସୀ ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେ କୌଣସି ସରକାରୀ ବା ବେସରକାରୀ ମେଡିକାଲ କଲେଜରୁ ଫର୍ମାସୀରେ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ସମସ୍ତ ଜିଲ୍ଲା ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିବା ସହିତ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ତାହା ସଂରକ୍ଷିତ ରହିଛି ।

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/Adv-906.pdf

Get real time updates directly on you device, subscribe now.