ଇଣ୍ଡିଆନ ରେଲୱେରେ ପୁଣି ନିଯୁକ୍ତି: ଲେବଲ-୧ରୁ ଲେବଲ-୫ ପର୍ଯ୍ୟନ୍ତ ପଦ ପୂରଣ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଲେବଲ-୧ ଠାରୁ ଆରମ୍ଭ କରି ଲେବଲ-୫ ପର୍ଯ୍ୟନ୍ତ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ସ୍ପୋର୍ଟ୍ସ କୋଟାରେ ନିଯୁକ୍ତି ଦିଆଯିବ । ନଭେମ୍ବର ୧୫ରୁ ଏଥିପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୪ରେ ତାହା ସମାପ୍ତ ହେବ । ସମସ୍ତ ପ୍ରାର୍ଥୀମାନେ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବେ, ଟ୍ରାଏଲ୍ସ ପରେ ପ୍ରାର୍ଥୀଙ୍କ ଆକାଉଣ୍ଟରେ ୪୦୦ ଟଙ୍କା ରିଫଣ୍ଡ କରିଦିଆଯିବ ।

ସେହିପରି ଏସସି / ଏସଟି / ମହିଳା/ ସଂଖ୍ୟାଲଘୁ ଓ ଆର୍ଥିକ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୨୫୦ ଟଙ୍କା ରଖାଯାଇଥିବା ବେଳେ ଟ୍ରାଏଲ୍ସ ପରେ ସେମାନଙ୍କୁ ୨୫୦ ଟଙ୍କା ରିଫଣ୍ଡ କରିଦିଆଯିବ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଇଣ୍ଟରନେଟ୍ ବ୍ୟାଙ୍କିଂ / ଡେବିଟ / କ୍ରେଡିଟ୍ କାର୍ଡ୍ସ ମାଧ୍ୟମରେ ଗ୍ରହଣ କରାଯିବ । ୨୦୨୫ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହେବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଲେବଲ-୧ରେ ୩୯ଟି, ଲେବଲ-୨ ଓ ୩ରେ ୧୬ଟି ଏବଂ ଲେବଲ-୪ ଓ ୫ରେ ୫ଟି ପଦ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://rrcrecruit.co.in/SportsQut2425V02apmk/notification_ERSP.aspx

ନୋଟିଫିକେସନ ଲିଙ୍କ: https://rrcrecruit.co.in/SportsQut2425V02apmk/SportsQuotaNotificationfortheYear2024_25.pdf