fbpx

ଅନୁବାଦକ ପଦ ପାଇଁ ସେପ୍ଟେମ୍ବର ୨ରୁ ଆବେଦନ ଆରମ୍ଭ: ବିଜ୍ଞପ୍ତି ପ୍ରକାଶ କଲା ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଓଡ଼ିଶା ହାଇକୋର୍ଟ ତରଫରୁ ନିକଟରେ ଜୁନିୟର ଗ୍ରେଡ୍ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଅନୁବାଦକ ପଦ ପୂରଣ ପାଇଁ ହାଇକୋର୍ଟ ତରଫରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପ୍ଟେମ୍ବର ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୭ ତାରିଖରେ ସମାପ୍ତ ହେବ । ମୋଟ ୧୯ଟି ପଦ ଖାଲି ରହିଥିବା ବେଳେ ୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କୁ ୩୫,୪୦୦- ୧,୧୨,୪୦୦ ଟଙ୍କା ଲେବଲ ୯ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ ।

ୟୁଆର ପ୍ରାର୍ଥୀଙ୍କ ପାଇଁ ୮ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୩ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫ଟି ପଦ ଖାଲି ରହିଛି । ଚଳିତ ବର୍ଷ ଅଗଷ୍ଟ ମାସ ୨୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୨ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ନିୟମ ଅନୁଯାୟୀ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବେ କିମ୍ବା ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସହ ଇଂରାଜୀ / ଓଡ଼ିଆ ଅନର୍ସ ବିଷୟ ରଖିଥିବେ ଓ କମ୍ପୁଟ୍ୟର ଆକ୍ଲିକେସନରେ ଜ୍ଞାନ ହାସଲ କରିଥିବେ । ପରୀକ୍ଷା ଫିସ୍ ବାବଦରେ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଜମା କରିବାକୁ ପଡ଼ିବ । ଏସସି, ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ, ସାକ୍ଷାତକାର ଟେଷ୍ଟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/223/

Get real time updates directly on you device, subscribe now.