fbpx
BJD SKY
BJD SKY

କାଳିଆ ହିତାଧିକାରୀଙ୍କ ପାଇଁ ନୂଆ ନିୟମ: ଅନଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ, ଆବେଦନ ସମୟସୀମା ବଦଳିଲା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କାଳିଆ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଳିଆ ସହାୟତା ଅନଲାଇନ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରିଛନ୍ତି । ଏଥିସହିତ ଅଭିଯୋଗ ଆବେଦନର ସମୟସୀମାକୁ ୩୦ ଦିନରୁ ୯୦ ଦିନକୁ ବୃଦ୍ଧି କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପର୍କ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ବିଭାଗ ପକ୍ଷରୁ ଏନେଇ ସଂଶୋଧିତ ଆଦେଶନାମା ଜାରି କରାଯାଇଛି ।

ଗତ ୨୦୨୧ ମସିହା ମେ ମାସ ୫ ତାରିଖରେ ଜାରି କରାଯାଇଥିବା ଆଦେଶନାମାକୁ ସଂଶୋଧନ କରାଯାଇଛି । ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ ନେଇ ପୋର୍ଟାଲ ୩୦ ଦିନ ପରିବର୍ତ୍ତେ ଏବେ ୯୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ଅଭିଯୋଗକଗୁଡ଼ିକୁ ୪୫ ଦନ ମଧ୍ୟରେ କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ । ଗତ ଏପ୍ରିଲ ୧ ଓ ମେ ୨୩ ତାରିଖରେ ହିତାଧିକାରୀଙ୍କୁ ଖରିଫ ୨୦୨୩ ପାଇଁ ପ୍ରଦାନ କରାଯାଇଥିବା କାଳିଆ ସହାୟତା ପାଇଁ ଏହି ଆଦେଶନାମା ଜାରି କରାଯାଇଛି । ଏଥିସହିତ ପରବର୍ତ୍ତୀ ପର୍ଯ୍ୟାୟ କାଳିଆ ସହାୟତା ପ୍ରଦାନକୁ ଦୃଷ୍ଟିରେ ରଖି ପୋର୍ଟାଲ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲା ରହିବ ।

ଏହି ସଂଶୋଧିତ ପଦ୍ଧତି ପରବର୍ତ୍ତୀ ଫସଲ ଋତୁ ଓ ବର୍ଷଗୁଡ଼ିକରେ ମଧ୍ୟ ଅନୁସରଣ କରାଯିବ ବୋଲି ଆଦେଶନାମରେ ଉଲ୍ଲେଖ କରାଯାଇଛି । ସଂଶୋଧିତ ଆଦେଶନାମା ଜାରି ହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ସୂଚନା ଯୋଗ୍ୟ ଯେ, ପ୍ରତି ଜିଲ୍ଲାରେ ‘କାଳିଆ ସେଣ୍ଟର’ କାର୍ଯ୍ୟକ୍ଷମ ହେବ ବୋଲି ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହା ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ କୃଷି କ୍ଷେତ୍ରରେ ନୂତନ ସୁଯୋଗର ସୃଷ୍ଟି ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବ ବୋଲି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.