fbpx

ଟ୍ରାଫିକ କନଷ୍ଟେବଳ ନିଯୁକ୍ତି: ଆଜିଠାରୁ ଆରମ୍ଭ ହେଲା ଅନଲାଇନ୍ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ବିଭାଗରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଅଧିନରେ ଟ୍ରାଫିକ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ନିକଟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜିଠାରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମାର୍ଚ୍ଚ ୨୮ରୁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୭ ସମାପ୍ତ ହେବ । ଅନଲାଇନ୍ ଆପ୍ଲିକେସନ ସବମିସନ୍ ପାଇଁ ଏପ୍ରିଲ ୩୦ ଓ ଅନଲାଇନ୍ ଆପ୍ଲିକେସନ ସଂଶୋଧନ ପାଇଁ ମେ ୨ ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଗ୍ରୁପ-ସି ପଦରେ ଓଆରଏସପି, ୨୦୧୭ର ଲେବଲ-୪ ଅନୁସାରେ ବେତନ ପ୍ରଦାନ କରାଯିବ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ୟୁନିଭରସିଟି / ଶିକ୍ଷାନୁଷ୍ଠାନରୁ ଅତିକମରେ ଯୁକ୍ତଦୁଇ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ । ପ୍ରିଲିମିନାରୀ, ଲିଖିତ ପରୀକ୍ଷା ଓ ଶାରୀରିକ ଟେଷ୍ଟ ଜରିଆରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ବିଭିନ୍ନ ବର୍ଗର ପୁରୁଷ ଓ ମହିଳା ପ୍ରାର୍ଥୀଙ୍କର ଉଚ୍ଚତା, ଓଜନ, ଛାତି ସଂପ୍ରସାରଣ, ଦୌଡ଼ ଆଦି ଟେଷ୍ଟ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.ossc.gov.in/Public/Pages/Instruction_For_Candidate.aspx?u=n

Get real time updates directly on you device, subscribe now.