fbpx

ଆଇପିଏଲ୍ ୨୦୨୪: ଟସ୍ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଦେଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଉଭୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲର ଚଳିତ ସିଜନର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସଠାରୁ ପରାସ୍ତ ହୋଇଥିଲା।

ଚଳିତ ସିଜନରେ ଦିଲ୍ଲୀ ରିଷଭ ପନ୍ତଙ୍କ ନେତୃତ୍ୱରେ ଏବଂ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ ସଞ୍ଜୁ ସାମସନଙ୍କ କାନ୍ଧରେ ରହିଛି। ବୁଧବାର ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୩୧ ରନ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଗତକାଲିର ମ୍ୟାଚରେ ହାଇଦ୍ରାବାଦ ଆଇପିଏଲ ଇତିହାସରେ ସର୍ବାଧିକ ୨୭୭ ରନ୍ କରିଛି।

Get real time updates directly on you device, subscribe now.