fbpx

ଅକ୍ଷୟ ତୃତୀୟା ସୁଦ୍ଧା ନୂଆ ରେକର୍ଡ କରିବ ସୁନା! ଧନତେରସରେ ଛୁଇଁବ ଆକାଶ

ନୂଆଦିଲ୍ଲୀ : ସୁନା ଏବଂ ଅଳଙ୍କାରକୁ ଭଲ ପାଉଥିବା ଆମ ଦେଶରେ ପ୍ରାୟତଃ ବର୍ଷସାରା କିଣା-ବିକା ଚାଲିଥାଏ । କିନ୍ତୁ ବର୍ଷକୁ ଦୁଇଥର ଏପରି ସୁଯୋଗ ଆସିଥାଏ, ଯେବେ ସୁନା ଜିନିଷ କିଣିବା ଏକ ପ୍ରକାର ଆବଶ୍ୟକତା ହୋଇଯାଏ ।

ଅକ୍ଷୟ ତୃତୀୟା ଏବଂ ଧନରେତସ ଉଭୟ ଅବସରରେ ବଜାରରେ ସୁନା ଓ ରୂପା କିଣିବାକୁ ଏତେ ଭିଡ ଲାଗେ, ଯେପରି ଏହା ମାଗଣାରେ ବଣ୍ଟାଯାଉଛି । ଏଥର ମଧ୍ୟ ଆଶା କରାଯାଉଛି ଯେ ଅକ୍ଷୟ ତୃତୀୟା ଏବଂ ଧନତେରସରେ ସୁନା ଓ ସୁନା ଅଳଙ୍କାର ଜୋରଦାର ବିକ୍ରି ହେବ ।

କେଡିଆ ଆଡଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ୨୦୨୪ ମସିହାରେ ବିଶ୍ୱର ଆର୍ôଥକ ସ୍ଥିତି, ଭୌଗଳିକ ରାଜନୈତିକ ଉତ୍ତେଜନା ଏବଂ ସାଂସ୍କୃତିକ ଚାହିଦା ହେତୁ ସୁନା ଏବଂ ଏହାର ଅଳଙ୍କାର ମୂଲ୍ୟରେ ତୀବ୍ର ବୃଦ୍ଧି ହୋଇପାରେ । ସୁନା ଚାହିଦା ଯେକୌଣସି ପ୍ରକାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

କେଡିଆଙ୍କ ଅନୁଯାୟୀ, ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୮,୫୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ବର୍ଷ ଅକ୍ଷୟ ତୃତୀୟାର ପର୍ବ ୧୦ ମେ ୨୦୨୪ ରେ ପଡୁଛି । ଏହି ଦିନ ସୁନା କିମ୍ବା ସୁନା ଅଳଙ୍କାର କିଣିବା ଶୁଭ ବୋଲି ବିବେଚନା କରାଯାଏ । ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟକୁ ଦେଖିବା, ତେବେ ୨୮ ମାର୍ଚ୍ଚ ୨୦୨୪ ଗୁରୁବାର ଦିନ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର୍ ମୂଲ୍ୟ ୧୦ ଗ୍ରାମ ପିଛା ୬୯,୦୪୦ ଟଙ୍କା ରହିଛି ।

ଅଜୟ କେଡିଆ କହିଛନ୍ତି ଯେ, ନିକଟ ଅତୀତରେ ସୁନା ମୂଲ୍ୟରେ କିଛି ହ୍ରାସ ଘଟିଥିଲେ ମଧ୍ୟ ଦୀର୍ଘ ସମୟ ମଧ୍ୟରେ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଥିବାର ଦେଖାଯାଉଛି । ଚଳିତ ବର୍ଷ ୨୯ ଅକ୍ଟୋବରରେ ଧନତେରସ ପର୍ବ ପଡ଼ିବ ଏବଂ ସେତେବେଳକୁ ୧୦ ଗ୍ରାମ ପ୍ରତି ସୁନା ହାର ୭୨ ହଜାର ଟଙ୍କା ଅତିକ୍ରମ କରିପାରେ । ଏହାର ମୁଖ୍ୟ କାରଣ ହେଉଛି ଖୁଚୁରା କ୍ରୟ ଉପରେ ଗୁରୁତ୍ୱ ଦେବା ସହିତ ସୁନା କ୍ରୟ ଉପରେ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱ ।

Get real time updates directly on you device, subscribe now.