fbpx

ମେ ୫ରେ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ (ଭିଏସଏ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିଥିଲେ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗ୍ରୁପ-ସି’ରେ ପ୍ରାର୍ଥୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ।

ତେବେ ଗତ ୧୧ ଓ ୧୨ ତାରିଖରେ ଏହି ପଦର ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ଏହା ମଧ୍ୟରେ ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୫ ତାରିଖ (ରବିବାର) ଦିନ ଏହି ପରୀକ୍ଷା ହେବ । ଏନେଇ ଓଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ପ୍ରାର୍ଥୀମାନେ ମେ ମାସ ୧ ତାରିଖ ପରଠାରୁ ନିଜ ନିଜର ଆଡମିସନ୍ ଲେଟର ଡାଉନଲୋଡ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ୟୁଆରଙ୍କ ପାଇଁ ୧୧୬ଟି, ଶିକ୍ଷା ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩୯ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫୧ଟି ପଦ ଖାଲି ରହିଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.