fbpx

ମାତ୍ର ୨୦ ପ୍ରତିଶତ ଜିତିବା ଆଶା…. କିଏ ଜିତିବ ଟି-୨୦ ବିଶ୍ୱକପ? ଫାଇନାଲ ମ୍ୟାଚକୁ ନେଇ ଭବିଷ୍ୟବାଣୀ

Advertisement

ଓଡ଼ିଶା ଭାସ୍କର: ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଅଧିନାୟକ ଏଡେନ୍ ମାର୍କରମ ପ୍ରଥମ ଥର ପାଇଁ ଦଳକୁ ବିଶ୍ୱକପ ଫାଇନାଲରେ ପ୍ରବେଶ କରାଇଥିବା ବେଳେ ଭାରତ ପୁଣିଥରେ ଆଇସିସି ଟ୍ରଫି ଆଶାରେ ଫାଇନାଲ ଫାଇଟ ଲଢିବ । ୨୦୧୩ ପରେ ଲଗାତାର ଆଇସିସି ଇଭେଣ୍ଟରୁ ଫେଲ ମାରିଥିବା ଟିମ ଇଣ୍ଡିଆ ଏହି ସୁଯୋଗର ଫାଇଦା ଉଠାଇ ବିଶ୍ୱ ଚମ୍ପିଆନ୍ ହେବ ବୋଲି ଆଶା କରାଯାଉଛି । କିନ୍ତୁ ସାଉଥ ଆଫ୍ରିକାକୁ ହରାଇବା ରୋହିତ ସେନା ପାଇଁ ଏତେ ସହଜ ହେବନାହିଁ । ତେଣୁ ଟିମ ଇଣ୍ଡିଆ ନୂଆ ରଣନୀତି ସହ ଏହି ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତି କରିଥିବେ । ତେବେ ଆଜିର ମ୍ୟାଚରେ କେଉଁ ଦଳର ସ୍ଥିତି କେତେ ମଜବୁତ ରହିଛି? କିଏ ଜିତିବ ବିଶ୍ୱକପ ଟ୍ରଫି?

ଫ୍ୟାନ୍ସରୁ ଆରମ୍ଭ କରି କ୍ରିକେଟ ଏକ୍ସପର୍ଟ ତଥା ପୂର୍ବତନ ଖେଳାଳି ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ବିଭିନ୍ନ ଅଟକଳ କରିବାରେ ଲାଗିଛନ୍ତି । ତେବେ ଉଭୟ ଦଳକୁ ନଜର ପକାଇଲେ ଦକ୍ଷିଣ ଆଫ୍ରିକା ଉପରେ ଟିମ ଇଣ୍ଡିଆ ଭାରୀ ପଡ଼ିପାରେ ବୋଲି ଆଶା କରାଯାଉଛି । ତେବେ ଆଜିର ମ୍ୟାଚରେ ବିଜୟ ପ୍ରତିଶତକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର । ଫାଇନାଲ ଲଢେଇରେ ଭାରତର ବିଜୟ ଆଶା ୮୦ ପ୍ରତିଶତ ରହିଥିବା ସେ କହିଛନ୍ତି । ଅର୍ଥାତ ଦକ୍ଷିଣ ଆଫ୍ରିକାର ବିଜୟୀ ହେବା ସମ୍ଭାବନା ମାତ୍ର ୨୦% ଥିବା ସଞ୍ଜୟ ପ୍ରକାଶ କରିଛନ୍ତି । ୨୦୨୪ ବିଶ୍ୱକପ ଟ୍ରଫିର ବିଜେତା ହେବା ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି । ତେବେ ମ୍ୟାଚ ଉପରେ ବର୍ତ୍ତମାନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେଲେ, ଏଥିପାଇଁ ଆଇସିସି ଏକ ରିଜର୍ଭ ଡେ’ ମଧ୍ୟ ରଖିଛି ।

ଫାଇନାଲ ମ୍ୟାଚକୁ ନେଇ ମାଞ୍ଜରେକର କହିଛନ୍ତି ଯେ, ଫାଇନାଲ ମୁକାବିଲାରେ ଭାରତର ବିଜୟ ୧୦୦%ରୁ ୮୦ ପ୍ରତିଶତ ରହିଛି । ସେହିପରି ଦକ୍ଷିଣ ଆଫ୍ରିକାର ବିଜୟ ସମ୍ଭାବନା ମାତ୍ର ୨୦ ପ୍ରତିଶତ ଥିବା ସଞ୍ଜୟ କହିଛନ୍ତି । ଚଳିତ ସିଜନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କୌଣସି ମ୍ୟାଚରେ ପରାସ୍ତ ହୋଇ ନାହାନ୍ତି । ତେବେ ଆଜି ମ୍ୟାଚରେ ପ୍ରଥମ ପରାଜୟ ଗୋଟିଏ ଦଳ ହାତରୁ ବିଶ୍ୱକପ ଟ୍ରଫି ଛଡ଼ାଇ ନେବ ।

Get real time updates directly on you device, subscribe now.