OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ ଏଥିରେ ଖାସ୍‌ ?

ଆମେରିକାର ଏଆଇ ରିସର୍ଚ୍ଚ କମ୍ପାନୀ ଓପନ ଏଆଇ (OpenAI) ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି o3-pro । ଏହା ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା ମଡେଲ୍ ଯାହାକୁ କମ୍ପାନୀ ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ବୋଲି କହିଛି ।

ନୂଆଦିଲ୍ଲୀ: OpenAI ଲଞ୍ଚ କଲା ଏହାର ଅତ୍ୟାଧୁନିକ ଏଆଇ ମଡେଲ o3-pro । ଆମେରିକାର ଏଆଇ ରିସର୍ଚ୍ଚ କମ୍ପାନୀ ଓପନ ଏଆଇ (OpenAI) ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି o3-pro । ଏହା ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା ମଡେଲ୍ ଯାହାକୁ କମ୍ପାନୀ ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ବୋଲି କହିଛି ।

‘o3’ ପରିବାରର ନୂତନ ମଡେଲ୍‌ ଏବେ ChatGPT Pro ଏବଂ Team ସବସ୍କ୍ରାଇବରଙ୍କ ପାଇଁ ଉପଲବ୍ଧ ହୋଇଛି । ଆଗାମୀ ଦିନରେ ଏଣ୍ଟରପ୍ରାଇଜ୍ ଏବଂ ଶିକ୍ଷାଗତ ବ୍ୟବହାରକାରୀଙ୍କ ପାଇଁ ରୋଲଆଉଟ୍ ହେବ ବୋଲି କମ୍ପାନୀ କହିଛି ।

ଏହି ବର୍ଷ ଆରମ୍ଭରୁ OpenAI ଏହାରୁ ନୂଆ ମଡେଲ o3-pro ଆଣିବ ବୋଲି ସୂଚନା ଦେଇଥିଲା । ଅଧିକ ସଠିକତା ସହିତ ଜଟିଳ କାର୍ଯ୍ୟଗୁଡ଼ିକି ପରିଚାଳନା କରିବା ପାଇଁ ଏହି o3-pro ମଡେଲ୍ ଡିଜାଇନ କରାଯାଇଥିଲା । ବିଜ୍ଞାନ, ଶିକ୍ଷା, ଗଣିତ, ପ୍ରୋଗ୍ରାମିଂ ଏବଂ ଲେଖା ସମେତ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ପାଇଁ ଏହି ମଡେଲ ଉଦ୍ଦିଷ୍ଟ ।

OpenAI କହିଛି ଯେ, ଏହି ମଡେଲ୍ ଏହାର ପୂର୍ବରୁ ଥିବା, o1-proର ସ୍ଥାନ ନେବ । ଏହି ମଡେଲଟି ଉଭୟ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଏବଂ ବ୍ୟବହାରକାରୀ ପସନ୍ଦ ପରୀକ୍ଷାରେ ଅତିକ୍ରମ କରିଛି । ଏହି ମଡେଲ ଲଞ୍ଚ ପରେ o3 ଇନପୁଟ୍ ଏବଂ ଆଉଟପୁଟ୍ ଖର୍ଚ୍ଚ ପାଇଁ 80% ମୂଲ୍ୟ ହ୍ରାସ ହୋଇଥିବା CEO ସୈମ ଅଲ୍ଟିମେନ୍ ଘୋଷଣା କରିଛନ୍ତି ।

ଏହି ମଡେଲଟି ଉନ୍ନତ ଟୁଲ୍‌ ସହିତ ସଜ୍ଜିତ ଯାହା ଏହାକୁ ୱେବ୍ ସର୍ଚ୍ଚ, ଫାଇଲ୍ ବିଶ୍ଳେଷଣ, ପାଇଥନ୍ କୋଡିଂ ଏବଂ ଭିଜୁଆଲ୍ ରିଜନିଂ ଭଳି କାର୍ଯ୍ୟ ସମେତ ଅଧିକ ସୁପରିଚିତ କାର୍ଯ୍ୟ କରିବାକୁ ଅନୁମତି ଦିଏ । କମ୍ପାନୀ ଅନୁସାରେ ଏହି ମଡେଲର କାର୍ଯ୍ୟକାରିତା ପୂର୍ବ ମଡେଲଗୁଡ଼ିକ ତୁଳନାରେ ଟିକେ ଅଧିକ ସମୟ ନେଇପାରେ ।

ବେଞ୍ଚମାର୍କ ପରୀକ୍ଷଣରେ ଶୀର୍ଷରେ o3-pro

OpenAI ଅନୁଯାୟୀ, ଏହା AIME 2024 ଏବଂ GPQA ଡାଇମଣ୍ଡ ଭଳି ପରୀକ୍ଷଣରେ Google Gemini 2.5 Pro ଏବଂ Anthropicର Cloud 4 Opusକୁ ପଛରେ ପକାଇଛି । କହି ରଖୁଛୁ କି, ଯେଉଁ ୟୁଜରମାନେ ଇମେଜ୍‌ ଜେନେରେସନ କରନ୍ତି ସେମାନେ GPT-4o, o3 ଓ o4-mini ମଡେଲକୁ ବ୍ୟବହାର କରିପାରିବେ ।

OpenAI ଅନୁଯାୟୀ, o3-pro ଆଭ୍ୟନ୍ତରୀଣ ବେଞ୍ଚମାର୍କ ପରୀକ୍ଷଣରେ ଦୃଢ଼ ପ୍ରଦର୍ଶନ ହାସଲ କରିଛି। ତଥାପି, OpenAI ଏପର୍ଯ୍ୟନ୍ତ o3-pro କୁ ଏହାର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କ ସହିତ ତୁଳନା କରି ବ୍ୟାପକ ହେଡ୍-ଟୁ-ହେଡ୍ ବେଞ୍ଚମାର୍କ ତଥ୍ୟ ପ୍ରକାଶ କରିନାହିଁ।