fbpx
BJD SKY
BJD SKY

ଖୋଲିଲା ସିନେମା ହଲ୍, ସ୍ପା, ୧୦୦ ପ୍ରତିଶତ କ୍ଷମତା ସହିତ ଚାଲିବ ମେଟ୍ରୋ-ବସ୍

BJD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପ୍ରଭାବ ହ୍ରାସ ପାଉଥିବା ବେଳେ ଆଜି ଠାରୁ ଅନଲାକ୍-୮ ଲାଗୁ ହୋଇଛି । ୩ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା ସିନେମା ହଲ୍ ଓ ପାର୍ଲର୍ ସ୍ପା ଆଦିକୁ ଆଜି ଆଶ୍ୱସ୍ତି ମିଳିଛି । ଅନଲକ୍-୮ରେ ସିନେମା ହଲ୍, ପାର୍ଲର୍ ସ୍ପା ଆଦି ଖୋଲିବାକୁ ଅନୁମତି ମିଳିଛି । କରୋନା ଗାଇଡଲାଇନ୍ ସହିତ ଏସବୁ ଖୋଲିବାକୁ ରାଜ୍ୟ ସରକାର କହିଛନ୍ତି । ଏହା ସହିତ ଦିଲ୍ଲୀ ମେଟ୍ରୋ ଓ ବସ୍ ରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଆଶ୍ୱସ୍ତି ମିଳିଛି ।

ମେଟ୍ରୋ ଅଧିକାରୀଙ୍କ କହିବା ମୁତାବକ ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ଯାଆସ କରିପାରିବେ । କେହି ବି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ସେହିପରି ଦିଲ୍ଲୀ ସରକାର ସର୍ତ୍ତ ମୂଳକ ଭାବେ ସ୍ପା ଖୋଲିବା ଅନୁମତି ଦେଇଛନ୍ତି । ତେବେ ସ୍ପାରେ କାମ କରୁଥିବା କର୍ମଚାରୀମାନେ ଦୁଇଟି ଡୋଜ ଟିକା ନେଇଥିବା ଜରୁରୀ ବୋଲି କୁହାଯାଇଛି ।

ଆନ୍ତରାଜ୍ୟ ବସ୍ ଚଳାଚଳ ୧୦୦ ପ୍ରତିଶତ କ୍ଷମତା ସହିତ ଚଳାଚଳ କରିବ । ଏଥିସହିତ ଦିଲ୍ଲୀରେ ପୂର୍ବ ପରି ସ୍କୁଲ, କଲେଜ, ଇନଷ୍ଟିଚ୍ୟୁଟ, ସାମାଜିକ, ରାଜନୈତିକ, ସ୍ପୋର୍ଟ୍ସ, ସାଂସ୍କୃତିକ, ଧାର୍ମିକ, ପର୍ବପର୍ବାଣୀ ଓ ମନୋରଞ୍ଜନ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି ।

Get real time updates directly on you device, subscribe now.