fbpx

ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ, ଯେଉଁଥିରେ ରାଜ ଓ ଶିଳ୍ପା ମିଶି ଏକ ଜଏଣ୍ଟ ଆକାଉଣ୍ଟ ଖୋଲିଥିଲେ । ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଥିଲା । କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି କି, ହଟସଟ ଆପ୍ ଓ ବୋଲି ଫେମ୍ ଆପରୁ ଆସୁଥିବା ଟଙ୍କା ଏହି ଆକାଉଣ୍ଟରେ ପଠାଯାଉଥିଲା ।

ଯାଞ୍ଚ ପରେ ଜଣାପଡିଛି ଯେ, ଆକାଉଣ୍ଟକୁ ଟଙ୍କା ସିଧାସଳଖ ନଆସି ଅଲଗା ଅଲଗା ଆକାଉଣ୍ଟ ଜରିଆରେ ଆସୁଥିଲା । ଅନ୍ୟପଟେ ୨୩ ତାରିଖରେ ଯେବେ କ୍ରାଇମବ୍ରାଞ୍ଚ ଟିମ୍ ଶିଳ୍ପା ଶେଟ୍ଟୀଙ୍କ ଘରେ ରେଡ୍ କରିଥିଲା, ସେବେ ତାଙ୍କୁ ଏହି ଆକାଉଣ୍ଟ ବିଷୟରେ ପଚରାଯାଇଥିଲା । ଏବେ କ୍ରାଇମବ୍ରାଞ୍ଚ ସେହି ଆକାଉଣ୍ଟରେ ହୋଇଥିବା କାରବାରୁ ନେଇ ଯାଞ୍ଚ ଚଲାଇଛି ।

Get real time updates directly on you device, subscribe now.