ସଂସଦ ଗୃହରେ ୧୬ ଘଣ୍ଟା ଧରି ‘ଅପରେସନ୍ ସିନ୍ଦୂର’ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ସଂସଦ ଗୃହରେ ହେବ ଆଲୋଚନା। ଆସନ୍ତା ମଙ୍ଗଳବାର ଦିନ ଗୃହରେ ଅପରେସନ ସିନ୍ଦୂର ଉପରେ ୧୬ ଘଣ୍ଟା ଆଲୋଚନା ହେବ।

ଅପରେସନ ସିନ୍ଦୂର ଉପରେ ପ୍ରତି ସପ୍ତାହରେ ଏକ ଆଲୋଚନା ଅଧିବେଶନ କରିବାକୁ ବିରୋଧୀ ଦଳ ଦାବି କରିଥିଲେ। ବିରୋଧୀ ଦଳର ଦାବି ଅନୁସାରେ ଆସନ୍ତା ମଙ୍ଗଳବାର ଗୃହରେ ୧୬ ଘଣ୍ଟା ଧରି ଅପରେସନ୍ ସିନ୍ଦୂରକୁ ନେଇ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁପସ୍ଥିତି ଯୋଗୁଁ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ପହଲଗାମ ଉପରେ ଆଲୋଚନା ହୋଇପାରିଲା ନାହିଁ। ଏହି ମୁଲତବୀ ସମ୍ପର୍କରେ ବିରୋଧୀ କହିଛନ୍ତି ଯେ କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକକୁ ବାରମ୍ବାର ବାତିଲ କରିବା ଠିକ୍ ନୁହେଁ।

ଗୁରୁବାର ଦିନ ଗୃହର ବୈଠକ ହେବ, ଯେଉଁଥିରେ ବିଦାୟୀ ସାଂସଦମାନଙ୍କୁ ବିଦାୟ ଦିଆଯିବ। କିଛି ବିରୋଧୀ ସାଂସଦ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ମଧ୍ୟ ଗୃହରେ ବିଦାୟ ଦେବା ଉପରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ ଶାସକ ଦଳ ଗ୍ରହଣ କରିନାହିଁ।