fbpx

ଭାରତରେ ଶୀଘ୍ର ଲଞ୍ଚ ହେବ Oppo Reno ସିରିଜର ନୂଆ ସ୍ମାର୍ଟଫୋନ, ରହିଛି ଅନେକ ଫିଚର୍ସ

Advertisement

ଓଡିଶା ଭାସ୍କର: Oppo Reno 12 ଓ Oppo Reno 12 Pro ର ପ୍ରୋସେସର ସହ ଗତ ସପ୍ତାହରେ ବୈଶ୍ୱିକ ମାର୍କେଚରେ ଲଞ୍ଚ କରାଯାଇଛି । ଏବେ ଚୀନି ବ୍ରାଣ୍ଡ ନିଜର ଏହି ଫ୍ଲାଗସିଫ ଫୋନକୁ ଭାରତରେ ଲଞ୍ଚ କରିବାକୁ ଯାଉଛି । ସେଥିପାଇଁ କମ୍ପାନୀ ଫ୍ଲିପକାର୍ଡ( Flipkart) ରେ ଏହାର ଟିଜର ମଧ୍ୟ ଜାରି କରି ସାରିଛି । ଗ୍ଲୋବାଲ ଭେରିଏଣ୍ଟସ ଭଳି ଭାରତରେ ଲଞ୍ଚ ହେବାକୁ ଥିବା ଏହି ଫୋନରେ ଅନେକ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ( AI) ବେସ୍‌ଡ ଫିଚର୍ସ ରହିବ ।
ଗୋଟିଏ ଭିଡିଓ ଇନଭାଇଟ ମାଧ୍ୟମରେ ଘୋଷଣା କରିଛି ଯେ, ଭାରତରେ ସିରିଜକୁ ଶୀଘ୍ର ଲଞ୍ଚ କରଯିବ । ସେଥିପାଇଁ ଫ୍ଲିଫକାର୍ଡ ( Flipkart ) ଓ ଓପୋ ଇଣ୍ଡିଆ ନିଜର ୱେବସାଇଟରେ ଡେଡିକେଟେଡ ପେଜ ମଧ୍ୟ ତିଆରି କରିଛି । ଏଥିରେ Oppo Reno 12 5g ଓ Oppo Reno 12 Pro 5g ର ଟିଜର ଜାରି କରାଯାଇଛି । ଉଭୟ ଫୋନରେ ବେସଡ କ୍ୟାମେରା ଫିଚର ସହ AI ବେସଡ ଇରେଜର ୨.୦, AI ବେସଡ ଷ୍ଟୁଡିଓ ତଥା କ୍ଲିୟର ମଧ୍ୟ ଉପଲବ୍ଧ ହେବ । ଏହି ଲାଇନଅଫରେ ପାୱର୍ଡ କିଛି ପ୍ରୋଟେକ୍ଟିଭିଡି ଫିଚର୍ସ ଯଥା- AI ସମରୀ, AI  ରେକର୍ଡ ସମରୀ, ଓ AI  ସ୍ପିକ ବି ସାମିଲ କରିଛି । ଏଥିରେ ମିଳୁବାକୁ ଥିବା AI  ବେସଡ ଫିଚର୍ସ ମଣିଷର ମୁହଁ ଓ ଭାବଭଙ୍ଗୀକୁ ସୁନ୍ଦର ଭାବରେ ଉତ୍ତୋଳନ କରିବ । ତାହାସହ ଅନେକ ନୂଆ ଫିଚର୍ସ ଯୋଗାଇବ ଏହି Oppo Reno 12 5g ଓ Oppo Reno 12 Pro 5g ଫୋନ ।

Get real time updates directly on you device, subscribe now.