fbpx

ବିଧାନସଭାରେ ‘ସୁଭଦ୍ରା’ ତାତି, ବିରୋଧୀଙ୍କ ହଟ୍ଟଗୋଳ… ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ସୁଭଦ୍ରା ଯୋଜନାକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ଓଡ଼ିଶାର ମହିଳାଙ୍କ ସହ ପ୍ରତାରଣା କରୁଥିବା ଅଭିଯୋଗ କରି ବିଧାନସଭା ପ୍ରଶ୍ନକାଳରେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ ବିରୋଧୀ ଦଳ । ଏହା ସହ ସୁଭଦ୍ରା ଯୋଜନାରେ ରାଜ୍ୟରେ ସମସ୍ତ ମହିଳାଙ୍କୁ ସାମିଲ କରିବା ସହ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ମହିଳାଙ୍କୁ ବାର୍ଷିକ ୫୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ ଉଭୟ ବିରୋଧୀ । ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁ ଆଜି ସକାଳେ ଗୃହକୁ ପ୍ରଥରେ ୧୧ଟା ୩୦ ଓ ପରେ ୧ଟା ୫ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

ଆଜି ବିଧାନସଭାରେ ‘ସୁଭଦ୍ରା’ ତାତିକୁ ନେଇ ବିରୋଧୀଙ୍କ ମଧ୍ୟରେ ହୋହାଲ୍ଲା ଓ ନାରାବାଜୀ ଦେଖାଦେଇଥିଲା । ଫଳରେ ଚାଲିପାରିନଥିଲା ପ୍ରଶ୍ନକାଳ । ବର୍ତ୍ତମାନ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରହିବା ନେଇ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି ।

 

Get real time updates directly on you device, subscribe now.