Breaking: ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ତ୍ରୁଟି, ଶୀଘ୍ର ନିଷ୍ପତ୍ତି ନିଆଯିବ କହିଲା OPSC

OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ନେଇ ମାନିଲା ବିଭାଗ ।

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ । ଦୋଷ ମାନିଲା ଓପିଏସସି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି ।

ଆଜି ଓପିଏସସି ଦ୍ବାରା ପରିଚାଳିତ ପରୀକ୍ଷା ହୋଇଥିବା ବେଳେ ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଦେଖାଯାଇଥିଲା । 100 ମାର୍କର ପରୀକ୍ଷା ରହିଥିବା ବେଳେ 94 ମାର୍କର ପ୍ରଶ୍ନପତ୍ର ରହିଥିଲା । ତେବେ ପୂର୍ଣ୍ଣସଂଖ୍ୟା 6 ଠାରୁ କମ୍ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିଥିଲେ ।

ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ଦୋଷ ତ୍ରୁଟି ମାନିଲା ଓପିଏସସି । ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି ଦର୍ଶାଇଛି । ଏହାଉପରେ ଓପିଏସସି ଶ୍ରୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।