ଓପିଏସସି ଆଣିଛି ନିଯୁକ୍ତି ସୁଯୋଗ: ସହକାରୀ ନିର୍ଦ୍ଦେଶକ ପଦବୀ ପାଇଁ ବିଜ୍ଞପ୍ତି ଜାରି, ମିଳିବ ୧,୪୨,୪୦୦ ପର୍ଯ୍ୟନ୍ତ ଦରମା
ସରକାରୀ ଚାକରି ସନ୍ଧାନରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସସି) । କମିଶନ ପକ୍ଷରୁ ଜାରି ହୋଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ ଟେକ୍ସଟାଇଲ ସହକାରୀ ନିର୍ଦ୍ଦେଶକ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ ୨୨ ତାରିଖରୁ ମେ ୨୨ ତାରିଖ ମଧ୍ୟରେ ଓପିଏସସିର ଅଫିସିଆଲ ସାଇଟ …ରେ ଯାଇ ଆବେଦନ କରିପାରିବେ ।
ହ୍ୟାଣ୍ଡଲୁମ, ଟେକ୍ସଟାଇଲ ଏବଂ ହସ୍ତ ଶିଳ୍ପ ବିଭାଗ ଅଧିନରେ ସେମାନେ ଓଡ଼ିଶା ଟେକ୍ସଟାଇଲ ଏବଂ ସେରିକଲଚର ବିଭାଗରେ ଗ୍ରୁପ୍-ବି ଅଧିକାରୀ ଭାବରେ ନିଯୁକ୍ତି ପାଇବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩ ଜଣ ଓପିଏସସି ସହକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବେ । ଏହି ତିନୋଟି ପଦ ମଧ୍ୟରୁ ଗୋଟିଏ ଏସସି ପାଇଁ ସଂରକ୍ଷିତ ଥିବାବେଳେ ଅନ୍ୟ ଦୁଇଟି ସଂରକ୍ଷଣ ନାହିଁ।
ଏହି ପଦରେ ଆବେଦନ କରିବା ପାଇଁ ବୟସ ୨୦୨୨ ଅଗଷ୍ଟ ୧ ସୁଦ୍ଧା ୨୧ରୁ ୩୮ ମଧ୍ୟରେ ହେବା ଆବଶ୍ୟକ । ତେବେ ଏସଟି ଏବଂ ମହିଳା ମାନଙ୍କୁ ବୟସ କ୍ଷେତ୍ରରେ ସାମାନ୍ୟ ରିହାତି ମିଳିବ । ଏହି ପଦବୀ ପାଇଁ ଆବେଦନକାରୀ ପ୍ରାର୍ଥୀ ନିଶ୍ଚିତ ଭାବରେ ଟେକ୍ସଟାଇଲ୍ ଟେକ୍ନୋଲୋଜି, ସ୍ପିନ୍ ଏବଂ ବୁଣାକାର ଏକ ସୀକୃତିପ୍ରାପ୍ତ ଅନୁଷ୍ଠାନରୁ ଟେକ୍ସଟାଇଲ୍ ରସାୟନ ବିଜ୍ଞାନରେ ଡିଗ୍ରୀ କିମ୍ବା ଟେକ୍ସଟାଇଲ୍ ଟେକ୍ନୋଲୋଜି / ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜିରେ ଏକ ଟେକ୍ସଟାଇଲର ସ୍ପିନିଂ / ବୁଣା ବିଭାଗରେ ସର୍ବନିମ୍ନ ବ୍ୟବହାରିକ ଅଭିଜ୍ଞତା ଥିବା ଡିଗ୍ରୀ ହାସଲ କରିବା ଆବଶ୍ୟକ ।
ତେବେ ସବୁଠୁ ଆକର୍ଷଣୀୟ କଥା ହେଉଛି ଯେ ଏହି ପଦବୀରେ ନିଯୁକ୍ତ ପାଇଁ ହେବାକୁ ଥିବା ନିଯୁକ୍ତି ପରୀକ୍ଷାରେ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଅନ୍ୟପଟେ ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଓଆରଏସପି ନିୟମ ୨୦୧୭ ମସିହା ଅନୁଯାୟୀ ୪୪,୯୦୦ ରୁ ୧,୪୨,୪୦୦ ପର୍ଯ୍ୟନ୍ତ ଦରମା ମିଳିବ ।