fbpx

ଓଡ଼ିଶା ଲୋକସଭା ସେବା ଆୟୋଗ ଜାରି କଲା ବିଜ୍ଞପ୍ତି: ତିନୋଟି ଇଞ୍ଜିନିୟରିଂ କଲେଜରେ ପୂରଣ ହେବ ବଡ଼ ପଦ

ନିଯୁକ୍ତି କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ତିନୋଟି ଇଞ୍ଜିନିୟର କଲେଜରେ ପ୍ରିନ୍ସିପାଲ ପଦ ପୂରଣ ହେବ । ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୯ ତାରିଖରେ ସରିବ । ଏନେଇ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର, ସରକାରୀ ଇଞ୍ଜିନିୟରିଂ କଲେଜ କେଉଁଝର ଓ ସରକାରୀ ଇଞ୍ଜିନିୟରିଂ କଲେଜ କଳାହାଣ୍ଡିରେ ଏହି ନିଯୁକ୍ତି ଦିଆଯିବ । ଏହି ସମସ୍ତ ଇଞ୍ଜିନିୟରିଂ କଲେଜମାନଙ୍କରେ ପ୍ରିନ୍ସିପାଲ ପଦ ପୂରଣ ହେବ । ପ୍ରତ୍ୟେକ ଇଞ୍ଜିନିୟରିଂ କଲେଜରେ ଗୋଟିଏ ଲେଖାଏଁ ପଦ ଖାଲି ରହିଛି । ପ୍ରାର୍ଥୀଙ୍କୁ ୧,୪୪,୨୦୦/- ପେ’ ଲେବଲ-୧୪ରେ ବେତନ ମିଳିବା ସହିତ ସମୟାନୁସାରେ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ କରାଯିବ ।

ସମସ୍ତ ପଦରେ ୟୁଆର ପ୍ରାର୍ଥୀଙ୍କୁ ୫ ବର୍ଷ ଅବଧି ପାଇଁ ନିଯୁକ୍ତି ଦିଆଯିବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କର ପିଏଚ.ଡି ଡିଗ୍ରୀ ଓ ବିଇ/ ବି.ଟେକ କିମ୍ବା ଏମ.ଟେକ / ଏମଇର ପ୍ରାସଙ୍ଗିକ ବ୍ରାଞ୍ଚରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷା/ ଗବେଷଣା/ ଶିଳ୍ପ ଆଦି କ୍ଷେତ୍ରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ଏହାଛଡ଼ା ପ୍ରାର୍ଥୀ ପ୍ରଫେସର ସମକକ୍ଷ ପଦରେ ୩ ବର୍ଷ କାର୍ୟ୍ୟ କରିଥିବେ । ଆପ୍ଲିକେସନକୁ ଶର୍ଟଲିଷ୍ଟ କରିବା ପରେ ଚୟନ କମିଟି ଦ୍ୱାରା ଶର୍ଟଲିଷ୍ଟ ପ୍ରାର୍ଥୀଙ୍କର ସାକ୍ଷାତକାର ନିଆଯିବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିବା ସହିତ ସେ ଜଣେ ଭଲ ଚରିତ୍ରର ବ୍ୟକ୍ତି ହୋଇଥିବେ ।

Get real time updates directly on you device, subscribe now.