fbpx
BSKY
BJD YOUTH SKY
BJD MS SKY

ଝିଅର କଲିଜା ବାହାର କରି ଖାଇଥିବା ସ୍ୱାମୀ-ସ୍ତ୍ରୀ ସମେତ ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ନିର୍ଦ୍ଦୟତାର ସୀମା କରିଥିଲେ ପାର୍

ନୂଆଦିଲ୍ଲୀ: କାନପୁରରେ ତାନ୍ତ୍ରିକର କହିବାନୁସାରେ ଝିଅକୁ ହତ୍ୟା କରି କଲିଜା ଖାଇଥିବା ମାମଲାରେ ସ୍ୱାମୀ-ସ୍ତ୍ରୀ ସମେତ ୪ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ଉପରେ ୨୦-୨୦ ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ଦୁଇ ଅପରାଧୀଙ୍କଠାରୁ ୪୫-୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

 

ଘାଟପୁରରେ ଥିବା ଏକ ଗାଁରେ ୧୪ ନଭେମ୍ବର ୨୦୨୦ ଘର ବାହାରେ ଖେଳୁଥିବା ଜଣେ ସାତ ବର୍ଷର ଝିଅ ହଠାତ୍  ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲା । ରାତିସାରା ଖୋଜାଖୋଜି କରିବା ପରେ ପରଦିନ ଗାଁ ବାହାରେ ତାର କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ତନ୍ତ୍ର-ମନ୍ତ୍ର ଯୋଗୁଁ ଝିଅକୁ ହତ୍ୟା କରାଯାଇଛଇ ବୋଲି ବାପା ଗାଁର ଅଙ୍କୁଲ, ଭଂଶଲାଲ, କମଲରାମ, ବାବୁରାମ ଏବଂ ସୁରେଶ ଜମାଦାରଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ।

 

ତାନ୍ତ୍ରିକ ଶିଶୁର କଲିଜା ଖାଇବାକୁ ପରାମର୍ଶ ଦେଇଥିଲା । ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଏହି ଭୟଙ୍କର ଘଟଣା ପଛରେ ନିଃସନ୍ତାନ ଦମ୍ପତି ଅଛନ୍ତି । ସୂଚନାନୁସାରେ ପୋଲିସ ଏହି ନାମଗୁଡ଼ିକୁ ଅଭିଯୁକ୍ତ ତାଲିକାରୁ ହଟାଇ ପର୍ଶୁରାମ ଏବଂ ତାଙ୍କ ପତ୍ନୀ ସୁନାନାଙ୍କୁ ଗାଁର ଗିରଫ କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ବିବାହର ୧୯ ବର୍ଷ ପରେ ମଧ୍ୟ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିଲେ । ଜଣେ ତାନ୍ତ୍ରିକ ତାଙ୍କୁ ଶିଶୁର କଲିଜା ଖାଇବାକୁ ପରାମର୍ଶ ଦେଇଥିଲା ।

Get real time updates directly on you device, subscribe now.