fbpx

OPSC ପକ୍ଷରୁ ବିଜ୍ଞପ୍ତି: ୩ଟି ଇଞ୍ଜିନିୟରିଂ କଲେଜରେ ନିଯୁକ୍ତି ପାଇବେ ଆସିଷ୍ଟାଣ୍ଟ ପ୍ରଫେସର

ନୂଆଦିଲ୍ଲୀ: ରାଜ୍ୟର ୩ଟି ଇଞ୍ଜିନିୟରିଂ କଲେଜରେ ଗ୍ରୁପ-ଏ ପଦରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧- ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ସାରଙ୍ଗ, ୨- ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁର, ୩- ସରକାରୀ କଲେଜ ଅଫ୍ ଇଞ୍ଜିନିୟରିଂ, କେଉଁଝରରେ ଏହି ନିଯୁକ୍ତି ଦିଆଯିବ । ଦକ୍ଷତା ବିକାଶ ଓ ବୈଷୟିକା ଶିକ୍ଷା ବିଭାଗ ଅଧିନରେ ଏହି ପଦ ପୂରଣ ହେବ ।

ମାର୍ଚ୍ଚ ମାସ ୨୭ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୨୬ ପର୍ଯ୍ୟନ୍ତ ଚାଲିବ । ମୋଟ ୬୫ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଏପରି ଭାବେ ୧୩ଟି ବିଷୟରେ ପଦ ପୂରଣ ହେବ ।

ଚଳିତ ବର୍ଷ ଜାନୁଆରେୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି, ଏସଟି ଓ ଏସଇବିସି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ମୁତାବକ ବୟସ କୋହଳ କରାଯିବ । ସମସ୍ତ ବିଷୟର ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଓପିଏସସି ଜରିଆରେ ପ୍ରାର୍ଥୀଙ୍କୁ ସିଧାସଳଖ ଭାବେ ନିଯୁକ୍ତି ଦିଆଯିବ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ୍ ଫିସ୍ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.