fbpx

Breaking News; ଆସୁଛି ଭୟାନକ କାଳବୈଶାଖୀ, ୧୪ ଜିଲ୍ଲାରେ କରିବ ତାଣ୍ଡବ: ଚେତାବନୀ ଜାରି

ଭୁବନେଶ୍ୱର: ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲା କାଳବୈଶାଖୀର ପ୍ରଭାବକୁ ନେଇ ଚେତାବନୀ ଜାରି କରାଯାଇଛି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି । ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ିବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି ବେଗରେ ପବନ ବହିପାରେ । ଏହି କାଳବୈଶାଖୀର ପ୍ରଭାବକୁ ନେଇ ରାଜ୍ୟର ମୋଟ ୧୪ଟି ଜିଲ୍ଲାକୁ ଚେତାବନୀ ଜାରି କରାଯାଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ଜିଲ୍ଲାମାନଙ୍କ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ସମେତ କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼ ଆଦି ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ସେହିପରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ତାଲିକାରେ ସାମିଲ ରହିଛନ୍ତି । ୧୪ଟି ଜିଲ୍ଲାର ସ୍ଥାନେ ସ୍ଥାନେ ୭-୧୧ ମିମି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହାବ୍ୟତୀତ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୨୨ ତାରିଖରେ ଏହି ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.