ବଦଳିବ ପାଗ…କାଳବୈଶାଖୀ ବର୍ଷା ନେଇ ଆଜି 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଆଜି କାଳବୈଶାଖୀ ବର୍ଷା ସାଙ୍ଗକୁ 50ରୁ 60 କିଲୋମିଟର ବେଗରେ ବୋହିବ ପବନ ।

ଭୁବନେଶ୍ବର: ଆସନ୍ତା ମେ 1 ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କବାଣୀ ଜାରି କରାଯାଇଛି । ଆଜି 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼କୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବାକି ସବୁ ଜିଲ୍ଲାକୁ ମଧ୍ୟ ଝ଼ଡ଼ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ବର୍ଷା ସାଙ୍ଗକୁ କିଛି ସ୍ଥାନରେ କୁଆପଥର ପଡ଼ିବା ନେଇ ମଧ୍ୟ କୁହାଯାଇଛି । ଏହାସହିତ 50ରୁ 60 କିଲୋମିଟର ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ଓ୍ବାର୍ଣ୍ଣିଂ କେବଳ ଆଜି ପାଇଁ ନୁହେଁ ବରଂ ଆସନ୍ତାକାଲି ପାଇଁ ମଧ୍ୟ କାଳବୈଶାଖୀ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ପୂର୍ବରୁ ହିଁ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ।

ପ୍ରକାଶଥାଉକି, ରାଜ୍ୟରେ କିଛି ଦିନ ହେବ ପ୍ରବଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳିଗୁଳି ଅନୁଭୁତ ହେଉଥିଲା । 44 ଡିଗ୍ରୀ ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିଲେ । ତେବେ କିଛି ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାକୁ ଥିବା ବେଳେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିବ ।