ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଲମୋଡରେ ହୋଇଥିବା ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ବାବଦରେ ପୋଡୀ ଏବଂ ଅଲମୋଡା ଅଞ୍ଚଳର ଏଆଇଟିଓ ପ୍ରବର୍ତ୍ତନକୁ ନିଲମ୍ବିତ କରିବାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆୟୁକ୍ତ କୁମାଉ ମଣ୍ଡଳକୁ ଏହି ଘଟଣାର ମାଜିଷ୍ଟ୍ରେଟ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।
କୁମାଉ ବିଭାଗୀୟ କମିଶନର ଦୀପକ କୁମାର କହିଚନ୍ତି ଯେ, ଏପର୍ଯ୍ୟନ୍ତ ୩୬ ଜଣଙ୍ଜର ମୃତ୍ୟୁ ଘଟିଛି। ମୃତକଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମ୍ସରୁ ଡାକ୍ତର ଟିମ ରାମନଗର ଆସିବେ। ଅନ୍ୟ ଆହତଙ୍କ ଚିକିତ୍ସା ରାମନଗର ସରକାରୀ ହସ୍ପିଟାଲରେ କରାଯାଉଛି।
ସୋମବାର ଦିନ ଅଲମୋଡାରେ ବଡ ସଡକ ଦୁର୍ଘଟଣା ହୋଇଛି। ମାର୍ଚୁଲା ନିକଟରେ ଏକ ଯାତ୍ରୀବାହୀ ବସ ଘାଟିରେ ଖସିପଡିଛି। କୁହାଯାଉଛି ଯେ, ଦୁର୍ଘଟଣା ସମୟରେ ବସରେ ୪୫ ଲୋକେ ଯାତ୍ରା କରୁଥିଲେ।