fbpx

ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଓଏସଆରଟିସି ବସ : ୮ ଆହତ

ସମ୍ବଲପୁର : ଓଏସଆରଟିସି ବସର ପୁଣି ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ଜାମନକାରି ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ଦୁଘ୍ରଟଣା । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଅନ୍ୟ ଆହାତଙ୍କୁ ଜମନକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯଅୟୀ, ପୂର୍ବରୁ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଓଏସଆରଟିସି ବସ । ଏହି ଦୁର୍ଘଟଣାଟି ରାତି ପ୍ରାୟ ୩ଟା ସମୟରେ ଘଟିଛି । ବସରେ ମାତ୍ର ୨୦-୨୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ବସ ଚାଳକ ବହୁ ସମୟ ଧରି ଗାଡି ଭିତରେ ଚାପି ହୋଇ ରହି ଯାଇଥିଲେ । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଗୁରୁତରଙ୍କୁ ବୁର୍ଲାର ହସ୍ପିଟାଲକୁ ପଠାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଜମନକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ଅନ୍ୟ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ବସର ବ୍ୟବସ୍ଥା ମଧ୍ୟ ହୋଇଛି । ବର୍ତ୍ତମାନ ପୋଲିସ ବସକୁ ଜବତ କରି ଘଟଣାର ତଦନ୍ତ ଆରମ୍ବ କରିଦେଇଛି ।

Get real time updates directly on you device, subscribe now.