Breaking: ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC

ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା କରିବ ଓଏସଏସସି ।

ଭୁବନେଶ୍ବର: ଏପ୍ରିଲ 27 ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ କରାଯାଇଛି । ତେବେ ଆସନ୍ତା ଜୁଲାଇ 6 ତାରିଖରେ ସାନି ପରୀକ୍ଷା ନେଇ ସୂଚନା ଦିଆଯାଇଛି ।

ଗତ 27 ତାରିଖରେ ଦୁଃଖ ପ୍ରକାଶ କରିଥିବା ବେଳେ ଆଜି ପୁଣି ଥରେ ପରିଚାଳନା ତ୍ରୁଟି ପାଇଁ ଦୁଃଖ ପ୍ରକାଶ କଲା ଓଏସଏସସି । ପ୍ରକାଶଥାଉକି ପରୀକ୍ଷାରେ ସିଲାବସ ବାହାରେ ପ୍ରଶ୍ନ ପଡିଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ଏହାପରେ ଓଏସଏସସି ପରୀକ୍ଷାର୍ଥୀଙ୍କ ଠାରୁ ମତାମତ ଲୋଡିଥିଲା ।

କଣ ରହିଥିଲା ମାମଲା-ଗତ 27  ତାରିଖରେ ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ । ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଥିବା କଥା କହିଥିଲେ ।

ତେବେ ଏହି ଘଟଣାରେ ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଥିଲା । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ  । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍‌ କରିଥିଲେ । ତେବେ ସାନି ପରୀକ୍ଷା ନେଇ ଆଜି ଓଏସଏସସି ପକ୍ଷରୁ ନୋଟିସ୍ କରାଯାଇଛି ।