fbpx

OSSC ପକ୍ଷରୁ ପୁଣି ବିଜ୍ଞପ୍ତି: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇବେ ପରିସଂଖ୍ୟାନ ସହାୟକ

Advertisement

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ବିଜ୍ଞାପନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ମାସ ୨ ତାରିଖରେ ସମାପ୍ତ ହେବ । ଫେବୃଆରୀ ମାସ ୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ କରିପାରିବେ । ଜାନୁଆରୀ ମାସ ୩ରୁ ଫେବୃଆରୀ ମାସ ୭ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବର୍ଷ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟରେ ପ୍ରାର୍ଥୀମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିବା ସହ ସେ ଓଡ଼ିଆ ଭାଷା ପଢ଼ିବା, ଲେଖିବା ଓ କହିବା ଭଲ ଭାବେ ଜାଣିଥିବେ । ଏଥିରେ ପ୍ରିଲିମିନାରୀ ଓ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ମାସ ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ସମ୍ଭାବ୍ୟ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.asp

Get real time updates directly on you device, subscribe now.