OSSC ଜାରି କଲା ‘ଆଡମିସନ ଲେଟର’: CGL ଗ୍ରୁପ-ବି ଓ ଗ୍ରୁପ-ସି ପ୍ରାର୍ଥୀମାନେ ଡାଉନଲୋଡ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । କିଛି ପଦ ପାଇଁ ଅନଲାଇନ୍ ଆବେଦନ ଚାଲିଥିବା ବେଳେ ଆଉ କିଛି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ଓଏସଏସସି ପକ୍ଷରୁ ପୁଣି ଆସିଛି ଏକ ଅପଡେଟ୍ ।

ଗତ ୩ ତାରିଖରେ ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ / ସେବା – ୨୦୨୨ ପାଇଁ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ଆସନ୍ତା ୧୩ ଓ ୧୫ ତାରିଖରେ ଗୋଟିଏ ଶିଟିଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହା ମଧ୍ୟରେ ଏହି ପଦ ପାଇଁ ଓଏସଏସସି ପକ୍ଷରୁ ‘ଆଡମିସନ ଲେଟର’ ଜାରି କରାଯାଇଛି । ପ୍ରାର୍ଥୀନେ ନିଜ ନିଜର ୟୁଜର ନେମ୍ ଓ ପାସୱାର୍ଡ ଉପଯୋଗ କରି ଏହାକୁ ଡାଉନଲୋଡ୍ କରିପାରିବେ ।

ଆକାଉଣ୍ଟସର ଆସିଷ୍ଟାଣ୍ଟ ପଦ ପାଇଁ ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ଆସିବ । ଦୁଇଟି ପେପରରେ ପ୍ରାର୍ଥୀଙ୍କୁ ୨୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଦ୍ୱିପ୍ରହର ୨ଟାରୁ ୪.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଆସିଷ୍ଟାଣ୍ଟ ଫୋଡର ଡେଭଲପଣ୍ଟ ଅଫିସର ପଦ ପରୀକ୍ଷାରେ ଉଭୟ ଅବଜେକ୍ଟିଭ ଓ ଏମସିକ୍ୟୁ ଟାଇପର ପ୍ରଶ୍ନ ଆସିବ । ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କୁ ୨୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦ ପାଇଁ ମଧ୍ୟ ୨୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଉପରୋକ୍ତ ପ୍ରଥମ ଦୁଇଟି ପଦର ପରୀକ୍ଷା ୧୩ରେ ଓ ଅନ୍ୟ ଦୁଇଟି ପଦର ପରୀକ୍ଷା ୧୫ ତାରିଖରେ ଅନୁଷ୍ଠିତ ହେବ ।