fbpx

ଜୁନ୍, ଜୁଲାଇ ଓ ଅଗଷ୍ଟ ମାସ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ଜାରି କଲା OSSC: ୯୦ ଦିନରେ ହେବ ୧୩ଟି ପରୀକ୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩ ମାସ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) । ଜୁନ୍, ଜୁଲାଇ ଓ ଅଗଷ୍ଟ ମାସରେ ବିଭିନ୍ନ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ, କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ନିଆଯିବ । ଆସନ୍ତା ୯୦ ଦିନ ମଧ୍ୟରେ ୧୩ଟି ପରୀକ୍ଷା ହେବା ନେଇ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଏନେଇ ଓଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଜୁନ ମାସରେ ୬ଟି, ଜୁଲାଇ ମାସରେ ୩ଟି ଓ ଅଗଷ୍ଟ ମାସରେ ୪ଟି ପରୀକ୍ଷା ହେବ । ଜୁନ ୯ରେ ଜେଇ (ସିଭିଲ) ଓ ଜେଇ (ମେକାନିକାଲ)କୁ ଛାଡ଼ି ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା, ୨୦୨୩ର ପ୍ରିଲିମିନାରୀ ପରୀକ୍ଷା ହେବ । ୧୧ ଓ ୧୨ରେ ଯଥାକ୍ରମେ ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଟାଇପିଷ୍ଟ, ଜୁନିୟର କ୍ଲର୍କ-କମ-ଟାଇପିଷ୍ଟ ପଦର ଟାଇପିଂ ଟେଷ୍ଟ ଓ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ନିଆଯିବ । ୧୨ରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ନିଆଯିବ । ୨୩ରେ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା, ୨୦୨୩ ପ୍ରିଲିମିନାରୀ ପରୀକ୍ଷା ହେବ ।

ଜୁଲାଇ ୧୪ରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପ୍ରିଲିମ୍ସ, ୨୧ରେ ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା, ସ୍ପେଶାଲିଷ୍ଟ ପଦର ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇରେ ଓଡ଼ିଶା ସୂଚନା ଆୟୋଗ ଅଧିନରେ ହେବାକୁ ଥିବା ସିଷ୍ଟମ ଆସିଷ୍ଟାଷ୍ଟ ପଦର ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଅଗଷ୍ଟରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା, ୨୦୨୩ର ଜେଇ (ସିଭିଲ) ଓ ଜେଇ (ମେକାନିକାଲ)ର ପ୍ରିଲିମ୍ସ, ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା, ସ୍ପେଶାଲିଷ୍ଟ ପଦ ପାଇଁ ପ୍ରିଲିମ୍ସ, ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷାର ମୁଖ୍ୟ ଲିଖିତ ପରୀକ୍ଷା, ଜୁନିୟର ମାଇନିଂ ଅଫିସର, ଜୁନିୟର ଏମଭିଆଇ ଓ ଟ୍ରେସର ପଦର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟରେ ହେବାକୁ ଥିବା ୪ଟି ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ ।

Get real time updates directly on you device, subscribe now.