ଭୁବନେଶ୍ବର: OSSTETକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 19 ତାରିଖରୁ ଓଏସଏସଟିଇଟି ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ଜାନୁଆରୀରେ ହେବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ହେବାକୁ ଥିବା ପରୀକ୍ଷା ପାଇଁ 50 ହଜାରରୁ ଅଧିକ ଆବେଦନ କରିଛନ୍ତି । ପେପର 1 ପାଇଁ 47 ହଜାରରୁ ଅଧିକ ଆବେଦନ କରିଥିବା ବେଳେ ପେପର 2 ପାଇଁ 3 ହଜାରରୁ ଅଧିକ ଆବେଦନ କରିଛନ୍ତି । ତେବେ ଏହି ପରୀକ୍ଷା ଜାନୁଆରୀରେ ହେବାକୁ ଥିବା ବେଳେ ମୋଟ 182ଟି କେନ୍ଦ୍ରରେ କରାଯିବ ।
୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍ଆର୍ରେ ହେବ । ଓଏସ୍ଏସ୍ଟିଇଟିରେ ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ଲାଗି ପାସ୍ ମାର୍କ ୬୮ ନମ୍ବର ରହିଛି । ଏସ୍ସି, ଏସ୍ଟି, ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ପାସ୍ ମାର୍କ ୫୩ ରହିଛି । ତେବେ ଜାନୁଆରୀରେ ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଖୁବଶୀଘ୍ର ଆଡମିଟ୍ କାର୍ଡ ଉପଲବ୍ଧ କରାଯିବ ବୋଲି କୁହାଯାଇଛି । କହିରଖୁଛୁ କି, ଡିସେମ୍ବର 1 ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ରହିଥିଲା । ତେବେ ଶିକ୍ଷାର୍ଥୀମାନଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଯଦି ମିଛ ବୋଲି ପ୍ରମାଣିତ ହୁଏ ତେବେ ଛାତ୍ରୀଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯିବ ବୋଲି କୁହାଯାଇଥିଲା ।