ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; 11 ଜିଲ୍ଲା ପ୍ରଭାବିତ ହୋଇପାରେ, ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି

ଭୁବନେଶ୍ବର(ଓଡିଶା ଭାସ୍କର): ବାତ୍ୟା ଦାନା ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ଦାନା ସମ୍ପର୍କିତ ସମୀକ୍ଷା କରିଛନ୍ତି ।  ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ, ଏସଆରସି ଏବଂ ବିଭିନ୍ନ ବିଭାଗର ସଚିବ ସାମିଲ ରହିଥିବା ବେଳେ ଭିଡିଓ କନଫରେନ୍ସି ଜରିଆରେ 14ଟି ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରି କହିଛନ୍ତି, “ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା ପାଇଁ ଆମେ ପ୍ରସ୍ତୁତ ।  କେନ୍ଦ୍ର କ୍ୟାବିନେଟ ବୈଠକରେ ବାତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । କେନ୍ଦ୍ରର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ପ୍ରସ୍ତୁତ ରହିଛି । କେନ୍ଦ୍ର ଠାରୁ ଆମେ ଯେତିକି ସାହାଯ୍ୟ ମାଗିଥିଲୁ, ତାହା ଆମକୁ ମିଳିସାରିଛି । ଆଉ କିଛି ସାହାଯ୍ୟର ଆବଶ୍ୟକତା ହେଲେ ମଧ୍ୟ ସେ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇପାରିବେନି । “

ସେ ଆହୁରି ମଧ୍ୟ କହିଛନ୍ତି ଯେ, NDRF ଟିମ ମଗାଇବା ପରେ ତୁରନ୍ତ ଟିମ୍ ପହଞ୍ଚିଥିଲା । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ସ୍ତରରେ ବରିଷ୍ଠ IAS ଙ୍କୁ ଜିଲ୍ଲା କୁ ପଠାଯାଇଛି । ଜିଲ୍ଲାରେ ଆସିଥିବା ରିପୋର୍ଟ  ସନ୍ତୋଷଜନକ ରହିଛି । ୧୧ ଜିଲ୍ଲାରେ ୩୮ବ୍ଲକ ୧୬୫୩ ପଞ୍ଚାୟତ ଓ ୯ ପୌରାଞ୍ଚଳ ରେ ୩ ଲକ୍ଷ ୬୨ ହଜାର କୋକଙ୍କୁ ସ୍ଥାନାନ୍ତର କରାଯିବ। ଆଉ ଅଳ୍ପ ସମୟରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ୭୨୮୫ ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ୨୩୩୮ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ବାତ୍ୟା ମୁକାବିଲା ପାଇଁ 19 NDRF, 51ଓଡ୍ରାଫ, 220 ଅଗ୍ନିଶମ ବାହିନୀ ଓ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗାଁରେ ପୋଲିସ ପେଟ୍ରୋଲିଙ୍ଗ ହେଉଛି । ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି  ବାତ୍ୟା ଲ୍ୟାଣ୍ଡଫଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ରହିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।