fbpx

(Video) ବସରେ ଯାତ୍ରା କରୁଥିବା କୁକୁଡାର ଟିକେଟ କାଟିଲେ କଣ୍ଡକ୍ଟର, ଜାଣନ୍ତୁ କାହିଁକି

ବସରେ ଯାତ୍ରା କରିବାକୁ ହେଲେ ସମସ୍ତଙ୍କୁ ଟିକେଟ କରିବାକୁ ପଡ଼ିଥାଏ । ଆଉ ଏହି ବସ ଟିକେଟକୁ ନେଇ ତେଲେଙ୍ଗାନାରେ ଏଭଳି କିଛି ଅଜବ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ବସରେ ଯାତ୍ରା କରିବା ପାଇଁ କୁକୁଡ଼ାକୁ ଦେବାକୁ ପଡ଼ିଛି ଟିକଟ ପଇସା । ଆଉ ତାହା ପୁଣି ପୁରା ୩୦ ଟଙ୍କା । କୁକୁଡାଟି ୩୦ ଟଙ୍କାର ଭଡା ଦେଇ ସୋସିଆଲ ମିଡିଆରେ ପୁରା ଛାଇଗଲାଣି । ଆଉ କୁକୁଡାର ବସ୍ ଟିକଟ ଏବେ ସୋସିଆଲ ମିଡିଆରେ ଭାଇରୋଲ ହେଉଛି ।

ବସରେ ଯିବା ପାଇଁ ଗୋଟିଏ କୁକୁଡା ଟିକେଟ ଦେଲା । ବସରେ ଯିବା ପାଇଁ କଣ୍ଡକ୍ଟର ମହାଶୟ ଗୋଟିଏ କୁକୁଡାଠାରୁ ବସ ଭଡା କାଟିଲେ । ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ଯାତ୍ରା କରିବା ସମୟରେ ଏହି କୁକୁଡାଟିକୁ ୩୦ ଟଙ୍କା ଭଡା ଦେବାକୁ ପଡିଛି । ତେବେ ତେଲେଙ୍ଗାନାର କରୀମନଗର ଜିଲ୍ଲାରେ ଟିଏସଆରଟିସି ବସ୍ କଣ୍ଡକ୍ଟର ଏକ କୁକୁଡା ଠାରୁ ବସ୍ ଭଡା କାଟିଛନ୍ତିି । କଣ୍ଡକ୍ଟର କୁକୁଡାର ମାଲିକକୁ ତାଙ୍କ ସହ ଥିବା କୁକୁଡାର ବି ଭଡା ଦେବାକୁ କହିଥିଲେ ଆଉ କୁକୁଡାର ପୁଣି ଗୋଟିଏ ଯାତ୍ରୀର ଟିକେଟ ୩୦ ଟଙ୍କା ହିସାବରେ କାଟିଦେଲେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିବା ଏ ଘଟଣା ସତରେ ଘଟିଛି ।

ଏହି ପୂରା ଘଟଣାଟିକୁୁ ବସରେ ବସିଥିବା ଜଣେ ଯାତ୍ରୀ ଭିଡିଓ କରିଥିଲେ । ଆଉ ଏବେ ସୋସିଆଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି । ଏଭଳି ମାମଲା ପ୍ରଥମ ନୁହେଁ, ଏହାପୂର୍ବରୁ ମଧ୍ୟ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମର ଗୋଟିଏ ବସରେ ଏକ କୁକୁଡା ଛୁଆର ଟିକେଟ କଟାଯାଇଥିଲା । ଆଉ ଏଠାରେ କୁକୁଡା ଚିଆଁ ଠାରୁ ପୁଣି ୫୨ ଟଙ୍କାର ଭଡା କଟା ଯାଇଥିଲା ।

Get real time updates directly on you device, subscribe now.