fbpx

ଆଇପିଏଲ୍ ମେଗା ଅକ୍ସନ: ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ବିଶ୍ୱକପ୍ ବିଜୟୀ ଅଧିନାୟକ ୟଶ୍ ଧୂଲ୍

ନୂଆଦିଲ୍ଳୀ: ଆଇପିଏଲର ମେଗା ଅକ୍ସନରେ ବିକ୍ରି ହୋଇଛନ୍ତି ୧୯ ବର୍ଷରୁ କମ ବିଶ୍ୱକପ୍ ବିଜେତା ଅଧିନାୟକ ୟଶ୍ ଧୁଲ୍ । ରବିବାର ଦ୍ୱିତୀୟ ଦିନର ନିଲାମୀରେ ୟଶ ଧୁଲଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ୟଶ ଧୁଲଙ୍କୁ କିଣିବା ପାଇଁ ଉଭୟ ଦିଲ୍ଳୀ ଓ ପଞ୍ଜାବ ମଧ୍ୟରେ ଲଢେଇ ହୋଇଥିଲା । ୫୦ ଲକ୍ଷ ଟଙ୍କା ମୂଲ୍ୟରେ ଧୁଲଙ୍କୁ କିଣିଥିଲା ଦିଲ୍ଳୀ କ୍ୟାପିଟାଲ୍ସ । ଏହା ସହିତ ଆଉ ଜଣେ ଯୁବ ଖେଳାଳି ଏନ୍ ତିଳକ ବର୍ମାଙ୍କୁ ୧.୭ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।

ପ୍ରଥମ ଦିନର ଅକ୍ସନରେ ଭାରତୀୟ ଖେଳାଳି ବାଜି ମାରିଥିବା ବେଳେ ଦ୍ୱିତୀୟ ଦିନର ମହଙ୍ଗା ଖେଳାଳି ରହିଥିଲେ ଲିଆମ ଲିଭିଙ୍ଗଷ୍ଟୋନ୍ । ତାଙ୍କୁ ୧୧.୫ କୋଟି ଟଙ୍କାରେ କିଣିଥିଲା ପଞ୍ଜାବ କିଙ୍ଗସ୍ । ଇଶାନ କିଶାନଙ୍କ ପାଇଁ ବିଭିନ୍ନ ଦଳ ଆଗ୍ରହ ପ୍ରକାଶ କରିଥିବା ବେଳେ ସବୁଠୁ ଦାମୀ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହୋଇଛନ୍ତି । ୧୫ କୋଟିରୁ ଅଧିକ ଟଙ୍କା ଦେଇ ଇଶାନଙ୍କୁ କିଣିଛି ମୁମ୍ବାଇ । ତେବେ ଦାମୀ ଖେଳାଳି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ଦୀପକ ଚହର । ୧୪ କୋଟିର ଏକ ବଡ ଆମାଉଣ୍ଟ ବ୍ୟୟ କରି ନିଜ ଦଳରେ ଦୀପକଙ୍କୁ ଫେରାଇ ଆଣିଛି ସିଏସକେ । ଏହାଦ୍ୱାରା ଦୀପକ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଦାମୀ ଖେଳାଳି ଭାବେ ତାଲିକାରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.