fbpx

ଚଳନ୍ତା ଟ୍ରେନର ପ୍ୟାଣ୍ଟ୍ରି କାରରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ: ଅଭିଯୋଗ ପରେ ଜଣଙ୍କୁ ଗିରଫ କଲା ଜିଆରପି

ନୂଆଦିଲ୍ଳୀ:ଚଳନ୍ତା ଟ୍ରେନ୍‌ରେ ଦୁଷ୍କର୍ମ ଅଭିଯୋଗ ।   ଦିଲ୍ଲୀର ୨୧ ବର୍ଷୀୟ ଯୁବତୀଙ୍କ ସହ ପ୍ୟାଣ୍ଟ୍ରିଂ କାର୍ ଏହି ଘଟଣା ଘଟିଛି । ଭୋପାଳ ଜିଆରପି ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ୟାଣ୍ଟ୍ରି କାର୍ ମ୍ୟାନେଜର ରାତିରେ ତାଙ୍କ ସହିତ ଅପକର୍ମ କରିଛନ୍ତି । ସେତେବେଳକୁ ସମୟ ପ୍ରାୟ ରାତି ୧୦ଟା ହେବ ।  ଜିଆରପି ନିକଟରେ ଦାୟର ଅଭିଯୋଗରେ ଯୁବତୀ ଜଣଙ୍କ ଲେଖିଛନ୍ତି ଯେ, ୯ଫେବ୍ରୁଆରୀରେ ସେ ଦିଲ୍ଲୀରୁ ମୁମ୍ୱାଇ ଯାଉଥିଲେ । ସେଠାରେ ଲୋକେ କହିଲେ ମୁମ୍ୱାଇ ଭଲ ନୁହଁ । ଏଠାରେ ଝିଅମାନଙ୍କୁ ବିକ୍ରି କରିଦିଅନ୍ତି । ତୁମେ ଫେରିଯାଆ । ଲୋକଙ୍କ କହିବା ପରେ ସେ ଶୁକ୍ରବାର ଦ୍ୱିପ୍ରହରରେ ମୁମ୍ୱାଇରୁ ଦିଲ୍ଲୀ ଆସିବା ପାଇଁ ଟ୍ରେନ୍ ଧରିଲେ । ଏହି ଟ୍ରେନ୍‌ରେ ଭିଡ଼ ଥିଲା ଏଣୁ ଭୁସାବଲ ଷ୍ଟେସନରେ ଓହ୍ଲାଇଲେ । ସେଠାରୁ ସେ ସନ୍ଧ୍ୟା ୬ଟାରେ ୟଶବନ୍ତପୁର-ନିଜାମୁଦ୍ଦିନ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଏସି କୋଚ୍‌ରେ ବସି ଗଲେ । ସେ ତଳେ ହିଁ କମ୍ୱଳ ବିଛାଇ ଶୋଇପଡ଼ିଲେ । ରାତି ପାଖାପାଖି ୮ଟା ବେଳକୁ ଜଣେ ଲମ୍ୱା ଓ ମୋଟ ମଣିଷ ନୀଳ ସାର୍ଟ ପିନ୍ଧି ସେଠାରେ ପହଞ୍ଚିଥିଲା । ଏଠାରେ କିଏ ଶୋଇଛି ବୋଲି ପଚାରି ସେ ଉଠାଇଥିଲେ । ଜନରଲ ବଗିରେ ସିଟ୍ ଖାଲି ଅଛି ଯାଇ ସେଠାରେ ଶୋଇବା ପାଇଁ କହିଲା । ଏବଂ ଜେନରାଲ୍ ବଗି ଆଡ଼କୁ ନେବାରେ ଲାଗିଲା । କିନ୍ତୁ ପ୍ୟାଣ୍ଟ୍ରି କାର୍ ବଗି ନିକଟରେ ଶୋଇଯିବାକୁ କହିଥିଲେ ।

ଆଉ କିଛି ସମୟରେ ପରେ ପୁଣି ସେହି ବ୍ୟକ୍ତି ଜଣଙ୍କ ଆସି ଯୁବତୀ ଜଣଙ୍କୁ ପ୍ୟାଣ୍ଟ୍ରି କାର୍ ଭିତରକୁ ନେଇଯାଇଥିଲା । ମୋ ସହିତ ସେ ଅସଦ୍ ଆଚରଣ କରିଥିଲେ । ମୁଁ ଚିତ୍କାର କରିବାରୁ ସେ ମୋତେ ୩ରୁ ୪ ଚାପୁଡ଼ା ମାରିଥିଲେ ।  ଧମକ ମଧ୍ୟ ଦେଲେ ଯଦି କାହାକୁ କୁହେ ତେବେ ଧକ୍କା ମାରି ଟ୍ରେନରୁ ଫୋପାଡ଼ିଦେବେ । ମୁଁ କାନ୍ଦି କାନ୍ଦି ନିଜ ସାମାନ ଉଠାଇ ଦ୍ୱିତୀୟ ବଗିକୁ ଚାଲିଗଲି । ସେହି ସମୟରେ ରାତି ପ୍ରାୟ ୧୦ଟା ବାଜିଲାଣି । ମୋତେ ଟ୍ରେନରେ ଦୁଇ ଜଣ ଲୋକଙ୍କ ସହ ଭେଟ ହେଲା । ତାଙ୍କୁ ମୁଁ ଘଟଣା ସମ୍ପର୍କରେ ଅବଗତ କଲି । ଏବଂ ସେହି ଲୋକମାନଙ୍କ ସହ ଆସି ଥାନାରେ ପହଞ୍ଚିଥିବା ଯୁବତୀ ଜଣଙ୍କ କହିଛନ୍ତି । ତେବେ ଅଭିଯୋଗ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଭିଯୁକ୍ତ ଭୂପେନ୍ଦ୍ର ତୋମାରକୁ ଝାନ୍ସିରୁ ଗିରଫ କରାଯାଇଛି ।

Get real time updates directly on you device, subscribe now.