fbpx
BJD SKY
BJD SKY

ଚାଷୀଙ୍କ ପାଇଁ ଖୁସିଖବର ! ଟ୍ରାକ୍ଟର କିଣିବା ଉପରେ ସରକାର ଦେବେ ୫୦% ସବସିଡି, ଜାଣନ୍ତୁ କିପରି ଉଠାଇବେ ଫାଇଦା

BJD

ନୂଆଦିଲ୍ଲୀ: ଚାଷୀଙ୍କ ରୋଜଗାର ବଢ଼ାଇବା ଓ ଆର୍ଥିକ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ପିଏମ କିଷାନ ଅଧିନରେ ବାର୍ଷିକ ସେମାନଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ଚାଷୀଙ୍କୁ ଚାଷ ପାଇଁ ଅନେକ ପ୍ରକାର ମେସିନର ଆବଶ୍ୟକତା ପଡ଼ିଥାଏ । ଏପରି ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ଟ୍ରାକ୍ଟର କିଣିବା ଉପରେ ସବସିଡି ଦେଉଛନ୍ତି । ଏହି ସବସିଡି’ ପିଏମ କିଷାନ ଟ୍ରାକ୍ଟର ଯୋଜନା’ ଅଧିନରେ ଦିଆଯାଉଛି ।

ଚାଷୀଙ୍କୁ ଚାଷ ପାଇଁ ଟ୍ରାକ୍ଟର ନିହାତି ଆବଶ୍ୟକ । କିନ୍ତୁ ଦେଶରେ ଅନେକ କୃଷକ ଅଛନ୍ତି, ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସୋମନଙ୍କ ପାଖରେ ଟ୍ରାକ୍ଟର ନାହିଁ । ଏଭଳି ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି । ପିଏମ କିଷାନ ଟ୍ରାକ୍ଟର ଯୋଜନା ଅଧୀନରେ ଚାଷୀଙ୍କୁ ଅଧା ମୂଲ୍ୟରେ ଟ୍ରାକ୍ଟର ଯୋଗାଇ ଦିଆଯିବ ।

ଚାଷୀଙ୍କୁ ଟ୍ରାକ୍ଟର କିଣିବା ପାଇଁ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି । ଏହା ଅଧୀନରେ କୃଷକମାନେ ଯେକୌଣସି କମ୍ପାନୀର ଟ୍ରାକ୍ଟର ଅଧା ମୂଲ୍ୟରେ କିଣିପାରିବେ । ବାକି ଅଧା ଅର୍ଥ ସବସିଡି ହିସାବରେ ସରକାର ପ୍ରଦାନ କରିବେ । ଏହା ବ୍ୟତୀତ ଅନେକ ରାଜ୍ୟ ସରକାର ମଧ୍ୟ ନିଜ ସ୍ତରରେ ଚାଷୀଙ୍କୁ ଟ୍ରାକ୍ଟର ଉପରେ ୨୦ ରୁ ୫୦% ପଯ୍ୟନ୍ତ ସବସିଡି ପ୍ରଦାନ କରୁଛନ୍ତି ।

ଏହି ଯୋଜନାର ଫାଇଦା କିପରି ନେବେ ?

ଗୋଟିଏ ଟ୍ରାକ୍ଟର କିଣିବା ଉପରେ ହିଁ କେନ୍ଦ୍ର ସରକାର ଏହି ସବସିଡି ପ୍ରଦାନ କରିବେ । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଏଥିପାଇଁ ନିଜ ପାଖରେ ଆଧାର କାର୍ଡ, ଲ୍ୟାଣ୍ଡ ପେପର, ବ୍ୟାଙ୍କ ବିବରଣୀ, ପାସପୋର୍ଟ ସାଇଜ୍ ଫଟୋ ରହିବା ଆବଶ୍ୟକ । ଏହି ଯୋଜନା ଅଧୀନରେ, କୃଷକମାନେ ନିକଟସ୍ଥ ସିଏସସି କେନ୍ଦ୍ର ଯାଇ ଅନଲାଇନରେ ଆବେଦନ କରିପାରିବେ ।

Get real time updates directly on you device, subscribe now.