ଟିଟିଲାଗଡ଼: ଆମ୍ବୁଲାନ୍ସରେ ପ୍ରସୂତୀଙ୍କୁ ନେଇ ଯିବାବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର । ଏମସିଏଚ୍ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ଫାଟିଲା ।
୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ସୂଚନା । ସିଲିଣ୍ଡର ଫାଟିବା ଯୋଗୁ ପ୍ରସୂତୀଙ୍କ ୨ ସମ୍ପର୍କୀୟ ଗରୁତର ହୋଇପଡ଼ିଛନ୍ତି ।
ଡାକ୍ତରଖାନାରେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ଅକ୍ସିଜେନ କଲେକ୍ସ ସମୟରେ ସିଲିଣ୍ଡରଟି ଫାଟିଯାଇଥିବା କୁହାଯାଉଛି ।
ଡାକ୍ତରଖାନା ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।