ଇଟାଲୀ ସହାୟତାରେ ୪୮ ଘଣ୍ଟା ମଧ୍ୟରେ ବସିଲା ଅକ୍ସିଜେନ୍ ପ୍ଲାଣ୍ଟ

ନୋଏଡା, ୭ା୫ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା । ଏହାକୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକଙ୍କୁ ଦିଆଯିବ । ଏହି ଟିକାକୁ ୨ୟ ଡୋଜ୍ ନେବାକୁ ଥିବା ନାଗରିକ ମାନଙ୍କୁ ଦିଆଯିବ । କାରଣ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି । ଆଉ ସେମାନଙ୍କର ଦ୍ୱିତୀୟ ଡୋଜ୍ ଟିକା : ୪୮ ଘଣ୍ଟା ମଧ୍ୟରେ ଗ୍ରେଟର୍ ନୋଏଡାରେ ସ୍ଥାପିତ ହେଲା ଅକ୍ସିଜେନ୍ ପ୍ଲାଣ୍ଟ । ଏଥିରେ ଇଟାଲୀ ସାହାଯ୍ୟ କରିଥିବା ବେଳେ ଏହି ଅକ୍ସିଜେନ୍ ପ୍ଲାଣ୍ଟ ନୋଏଡାର ଆଇଟିପିବିର ହସ୍ପିଟାଲରେ ସ୍ଥାପନ କରାଯାଇଛି । ଏହି ପ୍ଲାଣ୍ଟ ଗୋଟିଏ ସମୟରେ ୧୦୦ଜଣ ରୋଗୀଙ୍କୁ ହାଇ ସ୍ପିଡ୍ ଅକ୍ସିଜେନ୍ ଯୋଗାଇବାରେ ସକ୍ଷମ ଥିବା ବେଳେ ପ୍ଲାଣ୍ଟଟି ପ୍ରାକୃତିକ ଅକ୍ସିଜେନରୁ ହିଁ ଅକ୍ସିଜେନ୍ ଉତ୍ପାଦନ କରିବା ପାଇଁ ଯୋଗ୍ୟ । କରୋନାର କହର ବୃଦ୍ଧି ପାଉଥିବା ବେଳେ ଏହା ମାତ୍ର ୪୮ ଘଣ୍ଟା ମଧ୍ୟରେ ସ୍ଥାପିତ କରାଯାଇଛି । ସୁଚନା ଅନୁସାରେ, ଆଇଟିପିବିର ଗ୍ରେଟର ନୋଏଡା ସ୍ଥିତ ସିଏପିଏଫ୍ ରେଫରଲ୍ ହସ୍ପିଟାଲରେ ଗୁରୁବାର ଇଟାଲୀ ସହାୟତାରେ ସ୍ଥାପିତ ହୋଇଥିବା ଏହି ଅକ୍ସିଜେନ୍ ପ୍ଲାଣ୍ଟକୁ ଭାରତରେ ରହୁଥିବା ଇଟାଲୀ ରାଜଦୁତ ୱିନ୍ସେନ୍ଜୋ ଡୀ ଲୁକା ଏକ ସମାରୋହରେ ଶୂଭାରମ୍ଭ କରିଥିଲେ । ଏଥିସହିତ ଏହି ହସ୍ପିଟାଲକୁ ସମର୍ପିତ କରିଥିଲେ ।