Padma awards 2025: ଶାରଦା ସିହ୍ନାଙ୍କୁ ପଦ୍ମବିଭୂଷଣ ଓ ସୁଶୀଲ ମୋଦିଙ୍କୁ ପଦ୍ମଭୂଷଣ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ୧୩୭ ଜଣବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ୭ ଜଣଙ୍କୁ ପଦ୍ମବିଭୂଷଣ ଓ ୧୯ ଜଣଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ପଦ୍ମବିଭୂଷଣ ସମ୍ମାନରେ ଦୁଭୁର ନାଗେଶ୍ୱର ରେଡ୍ଡୀ ମେଡିସିନ୍, ଜଷ୍ଟିସ (ଅବସରପ୍ରାପ୍ତ) ଜଗଦୀଶ ସିଂହ ଖେହର, କଳାରେ କୁମୁଦିନୀ ରଜନୀକାନ୍ତ ଲକ୍ଷିଆ, ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ ଓ ଶାରଦା ସିହ୍ନା (ମରଣୋତ୍ତର), ସାହିତ୍ୟ ଓ ଶିକ୍ଷାରେ ଏମଟି ବାସୁଦେବନ ନାୟାର (ମରଣୋତ୍ତର) ଏବଂ ବାଣିଜ୍ୟ ଓ ଶିଳ୍ପରେ ଓସାମୁ ସୁଜୁକି (ମରଣୋତ୍ତର) ସମ୍ମାନିତ ହୋଇଛନ୍ତି।

ସେହିପରି ସାହିତ୍ୟ ଓ ଶିକ୍ଷା-ସାମ୍ବାଦିକତାରେ ଏ ସୂର୍ଯ୍ୟ ପ୍ରକାଶ ଓ ରାମବାହାଦୁର ରାୟ, ସାହିତ୍ୟ ଓ ଶିକ୍ଷାରେ ବିବେକ ଦେବରାୟ (ମରଣୋତ୍ତର), ଅନନ୍ତ ନାଗ, ଯତୀନ ଗୋସ୍ୱାମୀ, ନନ୍ଦମୁରୀ ବାଳକୃଷ୍ଣ, ପଙ୍କଜ ଉଧାସ (ମରଣୋତ୍ତର), ଏସ୍ ଅଜିତ କୁମାର, ଶେଖର କପୁର ଓ କଳାରେ ଶୋବାନା ଚନ୍ଦ୍ରକୁମାରଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି।

କଳା, ସାମାଜିକ କାର୍ଯ୍ୟ, ଲୋକସେବା, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ଓ ପ୍ରଶାସନିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।