ପଦ୍ମ ଭୂଷଣ ମାଲାୟାଲାମ ଲେଖକ ଏବଂ ଫିଲ୍ମ ନିର୍ଦ୍ଦେଶକ ଏମ. ଟି ବାସୁଦେବନ ନାୟରଙ୍କ ନିଧନ, ସିନେ ଜଗତରେ ଖେଳିଯାଇଛି ଶୋକର ଛାୟା
ନୂଆଦିଲ୍ଲୀ: ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଶିଷ୍ଟ ମାଲାୟାଲାମ ଲେଖକ ଏବଂ ଫିଲ୍ମ ନିର୍ଦ୍ଦେଶକ ଏମ. ଟି ବାସୁଦେବନ ନାୟରଙ୍କ ୯୧ ବର୍ଷ ବୟସରେ ନିଧନ ହୋଇଛି । କିଛି ଦିନରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ କେରଳ ସ୍ଥିତ କୋଜିକୋଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମାଲାୟାଲାମ ସିନେମା ପ୍ରତି ଏମ. ଟି ବାସୁଦେବନ ନାୟରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ‘ନାଲୁକେଟ୍’, ରନ୍ଦାମୁଜମ’, ‘ବାରଣସୀ’ ଏବଂ ‘ସ୍ପିରିଟ୍ ଅଫ୍ ଡାର୍କନେସ’ ତାଙ୍କର କିଛି ପ୍ରସିଦ୍ଧ ରଚନା । ସେ ‘ପେରୁନଟାଚନ୍’ ଏବଂ ‘ଅମୃତମ ଗମୟା’ ଭଳି ବିଶିଷ୍ଟ ଫିଲ୍ମର କାହାଣୀ ଲେଖିଛନ୍ତି । ୧୯୯୬ରେ ତାଙ୍କୁ ଜ୍ଞାନପୀଠ ଏବଂ ୨୦୦୫ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖନୀ ଏବଂ ସିନେମା ମାଲାୟାଲାମ କଳାକୁ ଶୀର୍ଷରେ ପହଞ୍ଚାଇଥିଲା । ଡିସେମ୍ବର ୧୫ରେ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥିଲା । ଏହା ପରେ କୋଜିକୋଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ନିଧନ ଖବର ସାହିତ୍ୟ ତଥା ସିନେ ଜଗତରେ ଶୋକର ଲହରୀ ଖେଳିଯାଇଛି ।
With MT Vasudevan Nair’s passing, we’ve lost a doyen of Malayalam literature who elevated our language to global heights. A true cultural icon, he captured the soul of Kerala through his timeless works. His steadfast commitment to secularism and humanity leaves behind a legacy… pic.twitter.com/2d0V7Tdgp4
— Pinarayi Vijayan (@pinarayivijayan) December 25, 2024