IND-PAK WAR: ବିଜୟ ପତକା ଉଡ଼ାଇବ ଭାରତ, ସମଗ୍ର ବିଶ୍ୱରେ ସୃଷ୍ଟି କରିବ ନୂଆ ପରିଚୟ
ଭାରତକୁ ମିଳିବ ସଫଳତା । ମାଟି କାମୁଡ଼ି ପଡ଼ିବ ପାକିସ୍ତାନ ।
ଓଡ଼ିଶା ଭାସ୍କର: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଓ ଭରତ ମଧ୍ୟରେ ବଡ଼ ସଂଘର୍ଷ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଛି ।
ଚାଲନ୍ତୁ ଜାଣିନେବା ଭାରତ-ପାକିସ୍ତାନ ମଧ୍ୟରେ ଜାରି ଥିବା କନ୍ଦଳର ପରିଣାମ କିପରି ରହିବ । ଭାରତକୁ କେଉଁ ପ୍ରକାର ସ୍ଥିତି ଦେଇ ଗତି କରିବାକୁ ପଡ଼ିବ ।
ବିବାଦର ବଡ଼ ସମ୍ଭାବନା: ବର୍ତ୍ତମାନର ପରିସ୍ଥିତି ପାଇଁ ଆସନ୍ତା ସମୟ ଖୁବ୍ ସଂଘର୍ଷମୟ ହେବ ବୋଲି କହିଛନ୍ତି ପଣ୍ଡିତ ସଞ୍ଜୟ ଉପାଧ୍ୟାୟ । ଶନି ମୀନ ରାଶିରେ ପ୍ରବେଶ କରିବା ଦ୍ୱାରା ବିବାଦ ବଡ଼ ରୂପ ନେବ ।
ଅନ୍ୟ ଗ୍ରହଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ସ୍ଥିତି ଭିନ୍ନ ମୋଡ଼ ନେବା ସହ ବିବାଦକୁ ଏଡାଇ ଦିଆଯାଇ ନପାରେ । ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ତିଥି ସାଙ୍ଗକୁ ମେ’ ୪-୫ ତାରିଖ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ରଚିବ ଇତିହାସ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପୂରା ଭାରତକୁ ଦୋହଲାଇ ଦେଇଛି । ପାକିସ୍ତାନ ବିରୋଧରେ ଭାରତ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଯାହା ପାଇଁ ଭାରତ ସମଗ୍ର ବିଶ୍ୱରେ ନୂଆ ଇତିହାସ ସୃଷ୍ଟି କରିବ ।
ମୀନ ରାଶିରେ ଶନିଙ୍କ ପ୍ରବେଶ ପାଇଁ ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ବଢ଼ିବ । ଆତଙ୍କବାଦ ବିରୋଧରେ ଭାରତ ଆରମ୍ଭ କରିଥିବା ଅଭିଯାନରେ ଦେଶ ସଫଳତା ହାସଲ କରିବ ।